ପଦ୍ମନାଭପୁରରେ ଭାଗ୍ଯପ୍ରଭା ନିଉଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

0
267

ଗଂଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁୁରରେ ଭାଗ୍ଯପ୍ରଭା ନିଉଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସାପ୍ତାହିକ ବନୀକରଣ ପାଳନ ଅବସରରେ ବୃକ୍ଷରୋପଣ ସମ୍ପର୍କିତ ଆୟୋଜିତ ସଭାରେ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଶ ତଥା ରାଜ୍ୟରେ ଯେଉଁଭଳି ଭାବରେ ଗଛକୁ ଅବାଧରେ କଟାଯାଉଛି ତଦ୍ୱାରା ବାୟୁମଣ୍ଡଳରେ ଅମ୍ଳଜାନ ସ୍ତର ହ୍ରାସ ପାଇବା ସଙ୍ଗେ ଜଳସ୍ତର କମିବାରେ ଲାଗିଛି । ତେବେ ଏହାକୁ ଦୂରୀକରଣ କରିବା ପାଇଁ ସମସ୍ତେ ମିଳିମିଶି ଚାରା ରୋପଣ କରିବା ଏବଂ ଅନ୍ୟ ମାନଙ୍କୁ ଗଛ ଲଗାଇବା ଏବଂ ତାହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ସଚେତନ ବାର୍ତ୍ତା ଦେଇଥିଲେ । ଦିଗପହଣ୍ଡି ବ୍ଳକ ପ୍ରତିନିଧି କିରଣ କୁମାର ବେହେରାଙ୍କ ନେତୃତ୍ବରେ ଆୟୋଜିତ ରୋପଣ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ , ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି , ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କବିତା ବେହେରା , ସମିତି ସଭ୍ୟ ସୁଶାନ୍ତ ସେଠୀ , ନାଏବ ସରପଞ୍ଚ ପ୍ରତିନିଧି ମନୋଜ ଚୌଧୁରୀ ପ୍ରମୁଖ ସମ୍ମାନୀୟ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଅତିଥି ମାନେ ବିଭିନ୍ନ କିସମର ଔଷଧୀୟ ଗୁଣ ଚାରା ରୋପଣ କରିଥିଲେ । ଏପରିକି ଗଛଟିଏ ଲଗାଇବା ଦ୍ବାରା ପରିବେଶ ପ୍ରଦୂଷଣ ମୁକ୍ତ ହେବ ଏବଂ ବିଦ୍ୟାଳୟ ପରିବେଶ ପ୍ରାକୃତିକ ସୌନ୍ଦର୍ଯ୍ୟରେ ସମୃଦ୍ଧ ହେବ ଓ ଛାତ୍ରଛାତ୍ରୀ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେବ ବୋଲି ଅନ୍ୟତମ ଅତିଥି ମତପୋଷଣ କରିଥିଲେ । ତେବେ ଏଭଳି କାର୍ଯ୍ୟକ୍ରମକୁ ଉପସ୍ଥିତ ଅତିଥିଗଣ ଭାଗ୍ଯପ୍ରଭା ନିଉଜ ପରିବାର ଏବଂ ଟିମ୍ ସଦସ୍ୟମାନଙ୍କୁ ଖୁବ୍ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଏଥିସହ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଶିକ୍ଷକ ରାମଚନ୍ଦ୍ର ମହାରଣା , ଶିକ୍ଷୟିତ୍ରୀ ମୋନାଲିସା ପଟ୍ଟନାୟକ , ଗାୟତ୍ରୀ କୁଦୁମ୍ବ , ଅର୍ଚ୍ଚନା ବାସୁପତି , ଏସ୍ . ମହେଶ୍ବରୀ , କନିଷ୍ଠ କିରାଣୀ ଆର୍ . ପରମେଶ୍ବର , କର୍ମଚାରୀ ଜି . ସନ୍ୟାସୀ ରେଡ୍ଡୀ , ବିଷ୍ଣୁପ୍ରିୟା ବେହେରା ସମେତ ଜିଲ୍ଲା ପ୍ରତିନିଧି ସ୍ବାଧିନ କୁମାର ସାହୁ , ସଦସ୍ୟ ଉମାଶଙ୍କର ମିଶ୍ର , ଗୈାରୀଶଙ୍କର ମିଶ୍ର , ସତ୍ୟ ସାହୁ , ଶ୍ରାବଣୀ ନାୟକ , ସଂଗ୍ରାମ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here