ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

0
234

ବୁଗୁଡା: ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗି ପଞ୍ଚାୟରର ଉଦୟପୁର ଗ୍ରାମକୁ ଗତ ୨୦/୨/୨୩ ତାରିଖ ଦିନ ଦୁଇ ବ୍ୟକ୍ତି ଓଡ଼ି ୨୭ ବି ୫୯୭୭ ସ୍କୁଟିରେ ଯାଇଥିଲେ। ସେମାନେ ବ୍ଲକରୁ ଆସିଥିବା ଏବଂ ଆଧାର ଲିଙ୍କ୍ କରିଦେବା କହି ଲୋକଙ୍କ ଠାରୁ ଟଙ୍କା ଲୁଟି ଚମ୍ପଟ ମାରିଥିଲେ। ଏନେଇ ବୁଗୁଡା ଥାନା କେଶ ନମ୍ବର ୧୨୯/୨୩ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସବଇନ୍ସପେକ୍ଟର ସମୀର ସେଠୀ ଏହି ମାମଲାର ଅନୁସନ୍ଧାନ ଦାୟିତ୍ବ ଗ୍ରହଣ କରିଥିଲେ। ପୋଲିସ ଅନୁସନ୍ଧାନ ଜାରୀରଖି ଏପ୍ରିଲ ୨୫ ତାରିଖ ଦିନ ଦୁଇ ଆସାମୀଙ୍କୁ ଧରିବାରେ ସଫଳ ହୋଇଥିଲେ। ଠକେଇ ଅଭିଯୋଗରେ ନୟାଗଡ଼ ଓ ଫୁଲବାଣୀ ଜିଲ୍ଲାର ଦୁଇ ଜଣ ଅମିତ କୁମାର ମହାପାତ୍ର ଓ ଆକାଶ ବେହେରା କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here