ପୋଲସରା ତହସିଲରେ ୭୭୪ ଜଣଙ୍କୁ ପଟ୍ଟା ବଣ୍ଟନ

0
163

ପୋଲସରା : ପୋଲସରା ତହସିଲ କାର୍ଯ୍ୟାଳୟ ପରିସରରେ ଏପ୍ରିଲ ୨୫ ତାରିଖ ଦିନ ୭୭୪ ଜଣ ବ୍ୟକ୍ତିଙ୍କୁ ଗ୍ରାମ କଣ୍ଟକ ଜମିକୁ ଘର ପଟ୍ଟା ପରିବର୍ତ୍ତନ କରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ ୭୭୪ ଜଣ ହିତାିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ପୋଲସରା ତହସିଲଦାର ଭାସ୍କର ଚନ୍ଦ୍ର ସାହୁ ଓ ଅତିରିକ୍ତ ତହସିଲଦାର ଶୋଭମ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ତହସିଲ କର୍ମଚାରୀ ବୃନ୍ଦ ପଟ୍ଟା ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ସମେତ ସରପଞ୍ଚ, ସମିତି ମେମ୍ବର, କାଉନସିଲର ବୃନ୍ଦଙ୍କ ସମେତ ହିତାଧିକାରୀ ବୃନ୍ଦ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here