ଶିଶୁ ଙ୍କ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ

0
310

ବ୍ରହ୍ମପୁର:ଟାଟାବେଞ୍ଜ ଛକ ନିକଟ ମାଇଁ ସ୍କୁଲ ଇଟାଲୀ ରେ ମଙ୍ଗଳବାର ଶିଶୁ ମାନ ଙ୍କୁ ନେଇ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି | ଏହି ଅବସରରେ ବିଶିଷ୍ଟ ଅତିଥିମାନେ ବଡ ଡ଼ାକ୍ତରଖାନା ଅଧିଖିକା ଡା. ସୁଚିତ୍ରା ଦାଶ, ଚକ୍ଷୁ ବିଭାଗୀୟ ଡାକ୍ତର ଡି ଅନୁରାଧା, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଏବଂ ଆଚାର୍ଯ୍ୟ ପ୍ରତୀଭା ଚୈତନ୍ୟ ଯୋଗ ଦେଇ ଗ୍ରୀଷ୍ମ ଶିବିର କାର୍ଯ୍ୟକ୍ରମ ଦୀପ ଜାଳି ଶୁଭା ରମ୍ଭ କରିଥିଲେ। ମାଇଁ ସ୍କୁଲ ଇଟାଲୀ ର ନିର୍ଦ୍ଦେଶିକା ଉଷା ରାଣୀ ପାଢି ଙ୍କ ନିର୍ଦ୍ଦେଶ ଏବଂ ପରିଚାଳନାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ କାର୍ଯ୍ୟନିର୍ବାହୀମାନଙ୍କ ସହଯୋଗରେ ଏହି ଶିବିର ଉଦ୍ଘାଟନ ହୋଇଛି ଏବଂ ଏହି ଶିବିରର ଅବଧି ୨୫ ଏପ୍ରିଲରୁ ୧୭ ମେ ମାସ ପର୍ଯ୍ୟନ୍ତ ସକାଳ ୭ ରୁ ୧୧ ଟା ପର୍ଯ୍ୟନ୍ତ ଚାଲୁ ରହିବ।
ଏହି ଗ୍ରୀଷ୍ମ ଶିବିରରେ ପିଲାମାନଙ୍କର ବୟସ ୩ ବର୍ଷରୁ ୧୪ ବର୍ଷ ଅଟେ | ଶାରୀରିକ ଶିକ୍ଷା, ନୃତ୍ୟ, ପଢିବା ଏବଂ ଲେଖିବା କୌଶଳ, ଚିତ୍ରାଙ୍କନ, ଜ୍ଞାନଗତ ଏବଂ ଆଧ୍ୟାତ୍ମିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି |
ବାଲ ବିହାର ପ୍ରୋଗ୍ରାମ ଜାରି ରହିବ, ଏହାର ଉଦ୍ଦେଶ୍ୟ ହେଉଛି ଆମ ପିଲାମାନଙ୍କୁ ଭଲ ମୂଲ୍ୟବୋଧ ଶିଖାଇବା | ବାଲବିହାର ହେଉଛି ଏକ ଗଠନମୂଳକ ଆଧ୍ୟାତ୍ମିକ ଶିକ୍ଷା କାର୍ଯ୍ୟକ୍ରମ , ଯାହାକି ସନ୍ତୁଳିତ ଏବଂ ଖୁସି ବ୍ୟକ୍ତିବିଶେଷ ସୃଷ୍ଟି କରିବାକୁ ଚେଷ୍ଟା କରିଥାଏ ଯାହାକି ବିଶ୍ୱରେ ସକରାତ୍ମକ ଅବଦାନ ଦେଇଥାଏ |

ଏହି ପିଲାମାନଙ୍କୁ ଅତିରିକ୍ତ ଭାବରେ ଆମ ପରିବେଶ, ସବୁଜତା, ବୃକ୍ଷରୋପଣ ଏବଂ ପରିବେଶକୁ କିପରି ପରିଷ୍କାର ରଖାଯିବ ସେ ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରାଯିବ।

ଏହି ଅବସରରେ ଗାୟକ ସୁଦୀପ ଏକ ସୁନ୍ଦର ଗୀତ ଉପସ୍ଥାପନ କରି ସଭିଙ୍କୁ ଉତ୍ସାହିତ କରି ଥିଲେ।

LEAVE A REPLY

Please enter your comment!
Please enter your name here