ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

0
292

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମରେ ମଙ୍ଗଳବାର ସକାଳେ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସଂପୃକ୍ତ ଗ୍ରାମର ଉଦୟ ପ୍ରଧାନ (୭୦)। ବୃଦ୍ଧ ଜଣକ ଗାଧୋଇବା ପାଇଁ ଗ୍ରାମ ପୋଖରୀକୁ ଯାଇ ଅସାବଧାନତା ବଶତଃ ପୋଖରୀରେ ବୁଡି ଯାଇଥିଲେ। ସକାଳୁ ଗ୍ରାମର କିଛି ଲୋକ ପୋଖରୀରେ ଗାଧୋଇବା ବେଳେ ଜଣେ ବ୍ୟକ୍ତିଙ୍କ ଗୋଡ଼ରେ ବୃଦ୍ଧଙ୍କ ମୃତଦେହ ବାଜିବାରୁ ଗ୍ରାମବାସୀଙ୍କ ସହାୟତାରେ ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏମକେସିଜି ମେଡିକାଲକୁ ପଠାଇଛନ୍ତି । ଏନେଇ ହିଞ୍ଜିଳି ଥାନା କେସ ନଂ ୨୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ଥାନା ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here