ବୋହୂ ଉପରେ ଏସିଡ ମାଡ କଲେ ଶଶୁରଘର ଲୋକେ

0
689

ଯାଜପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଯୌତୁକ ପାଇଁ ବୋହୂ ଉପରକୁ ଏସିଡ ମାଡ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ସମ୍ବେଦନଶୀଳ ଘଟଣା ଯାଜପୁର ଜିଲା ପାଣିକୋଇଲି ଥାନା କରଦା ଗାଁରେ ଘଟିଛି । ଗାଁର ବିନୋଦ ସେଠୀଙ୍କ ପତ୍ନୀ କୁଂ ଏସିଡ ଢ଼ାଳି ତାକଂ ଶାଶୁ,ନଣନ୍ଦ,ସ୍ୱାମୀ ହତ୍ୟା କରିବାକୁ ଉଦ୍ୟମ କରିଥିବା ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ, ବିବାହର ମାତ୍ର ଦୁଇ ମାସ ମଧ୍ୟରେ ବାରମ୍ବାର ଯୌତୁକ ଦାବି କରି ମହିଳାଙ୍କୁ ଶାଶୁ ଘର ଲୋକେ ନାନାଦି ନିର୍ଯ୍ୟାତନା ସହ ହଇରାଣ ହରକତ ମଧ୍ୟ କରୁଥିଲେ । ଏନେଇ ପୂର୍ବରୁ ମହିଳା ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ପରେ ଉଭୟ ପରିବାର ମଧ୍ୟରେ ଆପୋଶ ମିଳାମିଶା ହୋଇଥିଲେ ମଧ ପୁଣି ତାଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ପୁଲିସ ଚୁପ ହୋଇ ବସିରହିଛି ବୋଲି ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି

LEAVE A REPLY

Please enter your comment!
Please enter your name here