ନାବାଳିକାକୁ ବିବାହ ପରେ ଯୌତୁକ ଦାବି କରି ନିର୍ଯାତନା, ସ୍ୱାମୀ ଗିରଫ

0
749

ପୁରୁଷୋତ୍ତମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ତାଙ୍କ ଘରୁ ଜବରଦସ୍ତ ନେଇ ଗତ ଜୁଲାଇ ୩୦ରେ ଭୁବନେଶ୍ୱରରେ ଥିବା ଏକ ବିବାହ ସଂସ୍ଥାରେ ଜଣେ ଯୁବକ ବିବାହ କରିଥିଲେ। ବର୍ତ୍ତମାନ ସମ୍ପୃକ୍ତ ନାବାଳିକା ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଛି। ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ସୂଚନା ଅନୁସାରେ ସ୍ୱାମୀ,ଶ୍ୱଶୁର,ଶାଶୁ ଓ ଦିଅରଙ୍କ ନାମରେ ମାମଲା ରୁଜୁ ହୋଇଛି। ଅଭିଯୋଗକାରିଣୀ ନାବାଳିକା ହୋଇଥିବାରୁ ମାମଲାକୁ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ପଠା ଯାଇଛି । ଉପ ଥାନା ଅଧିକାରୀ ସ୍ନେହାମଞ୍ଜରି ସାହୁଙ୍କ ତଦନ୍ତ ଅନୁସାରେ,ନାବାଳିକାଙ୍କ ଅଭିଯୋଗ ପ୍ରକାରେ ତାଙ୍କୁ ଗତ ଜୁଲାଇ ୨୬ରେ ଘରୁ ଉଠାଇ ନେଇ ଭୁବନେଶ୍ୱରରେ ଥିବା ଏକ ସଂସ୍ଥାରେ ବିବାହ କରିଥିଲେ। ସେଠାରୁ ଆସି ବ୍ରହ୍ମପୁରରେ ଓ ଛତ୍ରପୁରରେ ଘର ଭଡାନେଇ ରହିଥିଲେ ଏବଂ ପରେ ଯୌତୁକ ଦାବି କରି ନିର୍ଯାତନା ଆରମ୍ଭ କରିଥିଲେ। ଶେଷରେ ନାବାଳିକାକୁ ଆଣି ତାଙ୍କ ବାପଘରେ ଛାଡ଼ି ଚାଲି ଯାଇଥିଲେ । ଉଭୟ ପକ୍ଷଙ୍କ ଆଲୋଚନାପରେ କୌଣସି ସମାଧାନ ନ ହେବାରୁ ନାବାଳିକା ବୁଧବାର ଦିନ ଥାନାରେ ଅଭିଯୋଗ କରିଥିଲେ। ଗୁରୁବାର ଦିନ ଅଭିଯୁକ୍ତ ସ୍ୱାମୀ ବିରୁଦ୍ଧରେ କେଶନଂ(୨୦୬/୧୯) ରୁଜୁ କରାଯାଇ ଗିରଫ କରି ବ୍ରହ୍ମପୁର ପୋସ୍କୋ କୋର୍ଟକୁ ଚାଲାଣ କରାଯାଇଛି । ନାବାଳିକା ଓ ଅଭିଯୁକ୍ତ ସ୍ୱାମୀଙ୍କ ବ୍ରହ୍ମପୁର ବଡ ମେଡିକାଲକୁ ନେଇ ଡାକ୍ତରୀ ମାଇନା କରାଯିବା ସହ ନାବାଳିକାର କୋର୍ଟରେ ବୟାନ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here