ବେକରେ ଗାମୁଛା ଦେଇ ଯୁବକ ର ଆତ୍ମହତ୍ୟା

0
581

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ହାଟପଦା ତଳ ସାହିରେ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଏକ ଆମ୍ବଗଛରେ ଆତ୍ମହତ୍ୟା କରିଛି। ଏ ନେଇ ଡାବୁଗାଁ ଥାନାରେ ଏକ ଏତଲା ପରେ ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖୁଛନ୍ତି। ସୁଚନା ଅନୁଯାୟୀ ଯୁବକ ଜଣକ ଡାବୁଗାଁ ହାଟପଦା ତଳ ସାହିର ଅଶୋକ ମହାନ୍ତି ( ୪୩ ) ବୋଲି ଜଣାପଡ଼ିଛି । ଡାବୁଗାଁ ହାଟପଦା ତଳ ସାହିରେ ରହୁଥିବା ଅଶୋକ ମହାନ୍ତି ର ଗୋଟିଏ ଛୋଟ ପୁଅ ଓ ଦୁଇଟି ଝିଅ ଅଛନ୍ତି । ଗତକାଲି ବିଳମ୍ବିତ ରାତ୍ର ୧ ଘଣ୍ଟ ସମୟରେ ଅଶୋକ ମହାନ୍ତି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ । ତେବେ ଆଜି ସକାଳ ସମୟରେ ଘର ନିକଟରେ ଥିବା ଏକ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଅଶୋକ ମହାନ୍ତିଙ୍କୁ ସାହିର ଲୋକମାନେ ଦେଖିବାକୁ ପାଇଥିଲେ । ମାନସିକ ଭାରସାମ୍ୟ ହରାଇ ଅଶୋକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଶବ କୁ ଜବତ୍ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛନ୍ତି ଡାବୁଗାଁ ପୋଲିସ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here