ନକଲି କ୍ୱାକ ଡାକ୍ତର ଗିରଫ

0
845

ଭଞ୍ଜନଗର (ନିଲୁ ବିଷୋୟୀ) ଗାଁ ଗହଳିରେ ବୃଦ୍ଧି ପାଇବାରେ ଲାଗିଛି ନକଲି କ୍ୱାକ ମାନଙ୍କ ସଂଖ୍ୟା। ଗ୍ରାମାଞ୍ଚଳର ଲୋକ ମାନଙ୍କୁ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଇ ବର୍ତ୍ତମାନ ଧରାପଡିଛନ୍ତି ଜଣେ ନକଲି ଡାକ୍ତର (କ୍ୱାକ)। ଏଭଳି ଏକ ଘଟଣା ଘଟିଛି ତାରସିଂ ଥାନା ଇଲାକାରେ । ସୂଚନା ମୁତାବକ ଗତ କିଛି ଦିନ ତଳେ ତାରସିଂ ଥାନା ଅଧିନ ହଳନ୍ଦଖୋଳା ଗ୍ରାମର ରବୀନ୍ଦ୍ର ପାତ୍ର ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସ୍ଥାନୀୟ ତିନି ଛକିଆ ଠାରେ ଗତ ଏକ ମାସ ହେବ ଖୋଲିଥିବା ଲଷ୍ମୀ କ୍ଲିନିକକୁ ଯାଇଥିଲେ। ପଶ୍ଚିମବଙ୍ଗରୁ ଆସି ଏଠାରେ ଚିକିତ୍ସା କରୁଥିବା କ୍ୱାକ ଡାକ୍ତର ଜନୀ ସରକାରଙ୍କୁ ଦାନ୍ତ ଦେଖାଇଥିଲେ।ଡାକ୍ତର ରବୀନ୍ଦ୍ରଙ୍କର ଦାନ୍ତ ଉପାଡି ଥିଲେ। ହେଲେ ତାହାର ସଠିକ ଚିକିତ୍ସା ହୋଇ ନଥିବାରୁ ପ୍ରବଳ ଯନ୍ତ୍ରଣା ହେବା ସହ ଦାନ୍ତ ମୂଳ ପଚି ଯାଇ ଥିଲା। ଫଳରେ ରବୀନ୍ଦ୍ର ପାତ୍ର କ୍ୱାକ ଡାକ୍ତରଙ୍କ ବିରୁଦ୍ଧରେ ତ୍ରୁଟିପୂର୍ଣ୍ଣ ଚିକିତ୍ସାକୁ ନେଇ ତାରସିଂ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉକ୍ତ କ୍ଲିନିକରେ ଚଢ଼ାଉ କରି ତଦନ୍ତ ବେଳେ ବିନା ପ୍ରମାଣ ପତ୍ର ରେ କ୍ଲିନିକ ଖୋଲାଯାଇଥିବା ଜାଣିବାକୁ ପାଇଥିଲା। ଚଢ଼ାଉ ବେଳେ ସେଠାରୁ ବିପୁଳ ପରିମାଣରେ ଔଷଧ, ଅସ୍ତ୍ରୋପଚାର ଯନ୍ତ୍ରପାତି ଜବତ ହୋଇଥିବା ବେଳେ ଚିକିତ୍ସା କରୁଥିବା ଡାକ୍ତରଙ୍କର ମଧ୍ୟ କୌଣସି ଯୋଗ୍ୟତା ନଥିବାରୁ ତାକୁ ଗିରଫ କରାଯାଇଛି। ଏ ନେଇ ତାରସିଙ୍ଗି ଥାନାରେ ନକଲି ଡାକ୍ତର ବିରୁଦ୍ଧରେ କେଶ ନଂ ୪୯/୨୧ରେ ୪୧୭/୪୧୯/୪୨୦/୩୨୬ ଆଇପିସି ଧାରା ରେ ମାମଲା ରୁଜ୍ଜୁ ହୋଇଥିବା ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି। ।

LEAVE A REPLY

Please enter your comment!
Please enter your name here