ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପୁଣି ଅଶାନ୍ତି। ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ। ୩ଆହତ ୨ଛାତ୍ର ଅଟକ। କ୍ୟାମ୍ପସରେ ପୋଲିସ ମୁତୟନ।

0
942

ବ୍ରହ୍ମପୁର,(ନ୍ୟୁଜଏକ୍ସଟ୍ରା) (ଶକ୍ତିଧର ରାଜଗୁରୁ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଆଜି ପୁଣି ଅଶାନ୍ତ। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ମଧ୍ୟାହ୍ନରେ କ୍ୟାମ୍ପସରେ ଥିବା ଆନନ୍ଦ ବଜାରରେ ଦୁଇ ବିରୋଧୀ ଗୋଷ୍ଠି ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଘଟଣାରେ ଉଭୟ ଗୋଷ୍ଠୀର ମୋଟ୩ଜଣ ଆହତ ହୋଇଥିବା ଜଣାପଡିଛି। ବିଶ୍ୱବିଦ୍ୟାଳୟରେ ମୁଖ୍ୟତଃ ଶାସକ ଦଳର ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ପୂର୍ବରୁ ଠିକା ଓ ଛାତ୍ର ନିର୍ବାଚନକୁ ନେଇ ତିକ୍ତତା ରହିଆସିଛି। ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି। ଦେବାଶିଷ ମିଶ୍ର ଓରଫ ବୁନୁ ଓ ଦୁଇ ପୂର୍ବତନ ଛାତ୍ର ସଂସଦ ସଭାପତି ଭବାନୀ ସାହୁ ଓ ଶ୍ରୀନିବାସ ରାଓଙ୍କ ଗୋଷ୍ଠି ମଧ୍ୟରେ ତିକ୍ତତା ଲାଗିରହିଛି। ଆଜି ପୂର୍ବଶତ୍ରୁତା କାରଣରୁ ପ୍ରଥମେ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା। ଘଟଣାରେ ଦେବାଶିଷ ମିଶ୍ର ଓ ବିରୋଧୀ ଗୋଷ୍ଠୀର ଅନ୍ୟ ଦୁଇଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି। ଉଭୟ ପକ୍ଷରୁ ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଛି। ଘଟଣାରେ ପୋଲିସ ଗୋଟିଏ ଗୋଷ୍ଠୀର ଦୁଇଜଣ ଛାତ୍ରଙ୍କୁ ଗୋପାଳପୁର ଥାନାରେ ଅଟକ ରଖିଥିବା କାରଣରୁ ଭବାନୀ ସାହୁଙ୍କ ଗୋଷ୍ଠୀର ସଦସ୍ୟମାନେ ଏହାକୁ ବିରୋଧ କରି ତୁରନ୍ତ ଅଟକ ଦୁଇ ଛାତ୍ରଙ୍କୁ ବିନାସର୍ତରେ ଛାଡିବା ଦାବିକରି ଭାରପ୍ରାପ୍ତ କୂଳସଚିବଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ। ପରିସ୍ଥିତକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପୋଲିସ ମୁତୟନ କରାଯାଇଛି। ସବୁଠାରୁ ବଡ଼ କଥା ହେଲା ଦୁଇ ବିରୋଧୀ ଗୋଷ୍ଠି ଶାସକ ବିଜେଡି ଦଳର ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶୟ ଦେଉଥିବା ଓ ପାତରଅନ୍ତର ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here