ବ୍ରହ୍ମପୁର ମହାନଗର ନିଗମରେ ସ୍ୱଚ୍ଛତାକୁ ସଫଳ କାର୍ଯ୍ୟକାରୀ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେସ୍ୱତନ୍ତ୍ର ବୈଠକ। ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ

0
729

ଛତ୍ରପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ସନ୍ଧ୍ୟା ୫ଟା ସମୟରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ଠାରେ ବ୍ରହ୍ମପୁର ମହାନଗର ନିଗମ ସମ୍ପର୍କିତ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିମ୍ନନଲିଖିତ ବିଷୟ ଉପରେ ନିଷ୍ପତ୍ତି ନିଆଯାଇଥିଲା :-
୧.ଏକ ମାସ ମଧ୍ୟରେ ‘ସଫା’ ଆପ କାର୍ଯ୍ୟକାରୀ କରାଯିବ । ଯାହା ଦ୍ୱାରା ଜନ ସାଧାରଣ ବିଏମସିକୁ ଯୋଗାଯୋଗ କରି ଅଳିଆଆବର୍ଜନା ସଫା କରାଇପାରିବେ । ଏହା ସାଧାରଣତଃ ଲୋକମାନଙ୍କ ଘରେ କିମ୍ବା ଖୋଲା ପଡିଆରେ ଆୟୋଜିତ କରାଯାଉଥିବା ବିଭିନ୍ନ ଘରୋଇ ଉତ୍ସବ ପରେ ସଫେଇ କାର୍ଯ୍ୟରେ ସହାୟକ ହେବ।
୨.ଆଇସିଟି ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ ସଫେଇ କର୍ମୀଙ୍କ ଆଟେଣ୍ଡାନ୍ସ ରେକର୍ଡ କରାଯିବ । ଏବଂ ପ୍ରତିଦିନ ଜିପିଏସ ଦ୍ୱାରା ଘରୋଇ ସଂସ୍ଥାର ସଫେଇ କର୍ମୀ ଷ୍ଟାମ୍ପ ସାଇଜ ଫୋଟୋ ଦ୍ୱାରା ନିଜର ଉପସ୍ଥିତି ଜଣାଇବେ ।
୩.ଯେଉଁମାନେ ନିଜ ଘର ଆବର୍ଜନାରୁ ଖତ ପ୍ରସ୍ତୁତ କରୁଥିବେ,ସେମାନଙ୍କୁ ଘର ପିଛା ମାସିକ ୨୫ଟଙ୍କା ପ୍ରୋସାହନ ରାଶି ପ୍ରଦାନକରାଯିବ ।
୫.ଯେଉଁମାନଙ୍କ ଘରୁ ଆବର୍ଜନା ସଂଗ୍ରହ କରାଯାଉଛି,ଏସଡବ୍ଲ୍ୟୁଏମ ନିୟମ-୨୦୧୬ ଅନୁଯାୟୀ ସେମାନଙ୍କୁ ଘର ପିଛା ମାସିକ ୫୦ଟଙ୍କା ଶୁଳ୍କ ଦେବାକୁ ପଡିବ ।
୫.ପ୍ରତ୍ୟେକ ଘର ଓ ସଂସ୍ଥାର ବାର କୋଡ଼ କରାଯିବ,ଏହି ବାର କୋଡ଼ ଯାଞ୍ଚ କରାଯାଇ ଆବର୍ଜନା ସଂଗ୍ରହ କରାଯିବ ଏବଂ ମାସିକ ଶୁଳ୍କ ସଂଗ୍ରହ କରାଯିବ ।
୬.ଯେଉଁମାନେ ଏହିସବୁ ନ ମାନିବେ ସେମାନଙ୍କ ବିରୁଦ୍ଧରେ ଏସବିଏମ ନିୟମ ଅନୁସାରେ ପଦକ୍ଷେପ ନିଆଯିବ ।
୭.ଆସନ୍ତା ଅକ୍ଟୋବର ୧୫ ତାରିଖରୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ ଆରମ୍ଭ କରାଯିବ । ଯାହା ଦ୍ୱାରା ‘ସଫା’ ଆପକୁ କରାଯାଇଥିବା ସମସ୍ତ ଅଭିଯୋଗ ଯଥା ରାସ୍ତା ସଫା,ନର୍ଦ୍ଧମା ସଫା,ପାଇଖାନା ସଫା,କୌଣସି ସ୍ଥାନରୁ ଆବର୍ଜନା ସଫେଇ ଇତ୍ୟାଦି ବିଷୟରେ ବିଏମସି ୨୪ ଘଣ୍ଟା ମଧ୍ୟରେ ପଦକ୍ଷେପ ନେବେ। ଯଦି ବିଏମସି ଏହା କାର୍ଯ୍ୟକାରୀ କରିବାରେ ଅକ୍ଷମ ହେବେ ତେବେ ଅଭିଯୋଗକାରୀଙ୍କୁ କେତେକ ବିଶେଷ କାରଣ ସ୍ଥଳେ ୨୦୦ଟଙ୍କା କ୍ଷତିପୂରଣ ଦିଆଯିବ ।
ଏହି ବୈଠକରେ ବିଏମସି କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର, ଡେପୁଟି କମିଶନର ଶ୍ରୀ ଦିଗନ୍ତ ରାଉତଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here