ପାଟପଲ୍ଲୀ ଛକ ବୁଦାମୂଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

0
703

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପାଟପଲ୍ଲୀ ଛକ ବୁଦାମୂଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିବା ସହ ସ୍କୁଲ ବେଗ,ସାର୍ଟିଫିକେଟ,ଡ୍ରେସ ଓ ଚପଲ ଆଦି ପୋଲିସ ଜବତ କରିଛି । ଆସିକା ଏସଡିପିଓଙ୍କ ସୂଚନା ଅନୁସାରେ ମୃତ ନାବାଳିକା ହେଉଛନ୍ତି ଗୁଣ୍ଡରିବାରି ଗାଁର ସନ୍ତୋଷିନି ଗୌଡ (୧୫ ବର୍ଷ) ବାପା ବାଳକ ଗୌଡ । ସନ୍ତୋଷିନୀ ୨ମାସ ତଳେ ଅନ୍ୟଜଣେ ଜାତିର ଯୁବକଙ୍କୁ ପ୍ରେମ ବିବାହ କରିଥିଲେ କିନ୍ତୁ ସ୍ୱାମୀ ସହ ମତାନ୍ତର ହେବାରୁ ପୁଣି ବାପ ଘରକୁ ଫେରି ଆସିବା ପାଇଁ ଚାହୁଁଥିଲେ । ସାମାଜିକ କଟକଣା ହେତୁ ବାପା ଝିଅକୁ ଘରେ ପୁରାଇ ଦେଇନଥିଲେ । ଏଣୁ ନାବାଳିକା ନିଜ ମାମୁଁ ଘରେ ଯାଇ ରହିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ସନ୍ତୋଷିନି ଦୁଶ୍ଚିନ୍ତାରେ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଆଶା କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here