ବେଗୁନିଆପଡା ବ୍ଲକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦାଇତ୍ୱ ଗ୍ରହଣ, ପୂର୍ବତନ ବିଡ଼ିଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0
824

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବେଗୁନିଆପଡା ବ୍ଲକରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ପଣ୍ଡାଙ୍କୁ ନୂତନ ବିଡ଼ିଓ ଭାବେ କାର୍ଯ୍ୟଭାର ମିଳିଛି l ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦେଶ କ୍ରମେ କାର୍ଯ୍ୟରତ ବିଡ଼ିଓ ଅରୁଣ କୁମାର ମଲ୍ଲିକ ଶ୍ରୀ ପଣ୍ଡାଙ୍କୁ ଶୁକ୍ରବାର ଦିନ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି l ଏହାସହ ଶ୍ରୀ ମଲ୍ଲିକ ସୁନ୍ଦରଗଡ ଜିଲ୍ଲାକୁ ବଦଳି ହେଲାପରେ ବ୍ଲକରେ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପାଣ୍ଡି, ଅଙ୍ଗାର ଗାଁ ସରପଞ୍ଚ ସରୋଜ କୁମାର ସାହୁ, ଚନ୍ଦନପୁର ସରପଞ୍ଚ ମଧୁସୂଦନ ସାହୁ, ସମିତି ସଭ୍ୟ ସୁବଳ ସାହୁ, ବୁରୁଝରୀ ସମିତିସଭ୍ୟ ବିନାୟକ ନାୟକ, ଫାସି ସରପଞ୍ଚ ନବୀନ ଦଳେଇ, ବି. ଖଇରୀଖମା ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକ, ଅବସରପ୍ରାପ୍ତ ଶିକ୍ଷକ ସୁବାସ ବିଶ୍ୱାଳ, ସମାଜସେବୀ ଲକ୍ଷ୍ମଣ ଗୌଡ଼ ସମେତ ବ୍ଲକର ବହୁ ସରପଞ୍ଚ, ସମିତିସଭ୍ୟ ଏବଂ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here