ନୂତନ ଛତ୍ରପୁର ବିଡିଓଙ୍କ ଦାୟିତ୍ୱ ଗ୍ରହଣ

0
171

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବିଡିଓ ଭାବେ ସୁଶାନ୍ତ କୁମାର ବରାଳ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୨୨ ବ୍ୟାଚ୍ ଓଏଏସ୍ ଶ୍ରୀ ବରାଳ ନୂଆପଡା ଜିଲ୍ଲାରେ ଆସିଷ୍ଟାଣ୍ଟ କଲେକ୍ଟର ପରେ ମୟୂରଭଞ୍ଜ ଜିଲ୍ଲା କୁସୁମୁ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଦାୟିତ୍ୱ ଗ୍ରହଣ ଅବସରରେ ଗଣମାଧ୍ୟମକୁ ସେ ସୌଜନ୍ୟମୂଳକ ସାକ୍ଷାତକାରରେ କହିଛନ୍ତି, ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦେଇ ସରକାରଙ୍କ ସମସ୍ତ ଯୋଜନା ଗୁଡିକ କିପରି ସଫଳ ରୂପାୟନ ହୋଇପାରିବ ତାଙ୍କରି ଗୁରୁ ଦାୟିତ୍ୱ ରହିବ । ଏହାସହ ରୋଲ୍ ମଡେଲ୍ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ବ୍ଲକର ସମସ୍ତ ବିକାଶ ଦିଗରେ କାର୍ଯ୍ୟ କରିବି । ଜନସାଧାରଣ, ପଞ୍ଚାୟତ ପ୍ରତିନିଧି ଓ ବ୍ଲକ ପ୍ରଶାସନ ସମନ୍ୱୟ ମଧ୍ୟ ସମସ୍ତ ପଞ୍ଚାୟତରେ ମନରେଗା ଯୋଜନା ଠାରୁ ଆରମ୍ଭ କରି ସମସ୍ତ ଉନ୍ନୟନମୂଳକ ଯୋଜନା ଗୁଡିକୁ ପ୍ରତିଫଳନ କରିବା ପାଇଁ ପ୍ରୟାସ ଜାରି ରଖିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ଶ୍ରୀ ବରାଳ କହିଛନ୍ତି ।

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here