ପୁଅ-ବୋହୂଙ୍କ ନିର୍ଯାତନା ସହି ନପାରି ଥାନାରେ ଅଭିଯୋଗ କଲେ ମା’

0
751

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ପୁଅ-ବୋହୂଙ୍କ ନିର୍ଯାତନା ସହି ନପାରି ପୋଲିସରେ ଅଭିଯୋଗ କଲେ ଜଣେ ମା’ । ଅଭିଯୋଗକାରୀ ମା’ ହେଉଛନ୍ତି ସ୍ଥାନୀୟ ଗୋପିନୀ ସାହିର ଜାନକୀ ଅଧିକାରୀ ନାମକ ଜଣେ ୭୫ ବର୍ଷର ମହିଳା । ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଏସପି ସାରା ଶର୍ମାଙ୍କୁ ସେ ନିଜର ଦୁଃଖ କହିବା ସହ ତାଙ୍କର ସମସ୍ତ ସମ୍ପତ୍ତି ବୃଦ୍ଧାଶ୍ରମକୁ ଦାନ କରିବେ ବୋଲି ଘୋଷଣା କରିଛନ୍ତି ଏବଂ ଉକ୍ତ ଆଶ୍ରମର ନାମ ଜାନକୀରାମ ବୃଦ୍ଧାଶ୍ରମ ନାମରେ ନାମିତ କରିବେ । ଜାନକୀଙ୍କର ଗୋଟିଏ ପୁଅ ଏବଂ ତିନିଝିଅ ଅଛନ୍ତି। ସମସ୍ତେ ବିବାହିତ।,୧୯୯୫ ମସିହାରେ ସ୍ୱାମୀଙ୍କ ପରଲୋକ ପରେ ୨୦୦୨ରେ ସେ ପୁଅକୁ ବାହା କରାଇଥିଲେ । ଉଭୟ ପୁଅ ସୁନୀଲ ଓ ବୋହୂ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବା ସହ ତାଙ୍କ ଠାରୁ ସବୁ ବେଳେ ପଇସାପତ୍ର ଓ ଧାନ ଆଦି ନେଉଛନ୍ତି ବୋଲି ସେ କହିଛନ୍ତି । ତାଙ୍କ ପରିବାର ପକ୍ଷରୁ ତାଙ୍କ ପ୍ରତି ବିପଦ ଥିବାରୁ ସୁରକ୍ଷା ଯେଗାଇ ଦେବାକୁ ସେ ଏସପିଙ୍କୁ ଅନୁରୋଧ କରିଥିଲେ। ଅଭିଯୋଗ ପରେ ପୋଲିସ୍ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନେବା ସହିତ ଜାନକୀଙ୍କ ସୁରକ୍ଷାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ତେବେ ଅଭିଯୋଗକୁ ନେଇ ଜାନକୀଙ୍କ ପୁଅ ବୋହୂଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

LEAVE A REPLY

Please enter your comment!
Please enter your name here