ଅବକାରୀ ବିଭାଗର ଚଢ଼ାଉ ଦ୍ୱାରା ୧୦୮ କେଜି ଗଞ୍ଜେଇ ଜବତ

0
703

ମାଲକାନଗିରି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମାଲକାନଗିରିର ଅବକାରୀ ବିଭାଗ ଚଢ଼ାଉ କରି ୧୦୮ କେଜି ଗଞ୍ଜେଇ ଜବତକରିବା ସହ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ମାନେ ହେଲେ ସଞ୍ଜୟ ସାହାଣୀ ଓ ଦୟାଶଙ୍କର ସିଂହ । ଏହି ଦୁଇ ଜଣ ବ୍ୟକ୍ତି ଏକ ଟାଟା ସୁମୋ ଦ୍ୱାରା ମାଲକାନଗିରି ସହରରୁ ବିହାରକୁ ୧୦୮ କେଜି ଚୋରା ଗଞ୍ଜେଇ ଚାଲାଣ କରୁଥିବାବେଳେ ପୋଲିସ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here