ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ ଙ୍କ ସହିଦ୍ ଦିବସ ପାଳିତ

0
176

ବ୍ରହ୍ମପୁର: ଆଜି ସକାଳ ୮ ଘଣ୍ଟା ରେ ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ ଙ୍କ ୮୧ତମ ସହିଦ ଦିବସ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ବ୍ରହ୍ମପୁର ମଣ୍ଡଳ କାରାଗାର ରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା , ଓଡ଼ିଶା କାଜୁ ବିକାଶ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ମହାରଣା ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମଣ୍ଡଳ କାରାଗାରର ଯେଉଁ ଗୃହରେ ଲକ୍ଷ୍ମଣ ନାୟକ ଙ୍କ କାରାଗାର ଜୀବନ ଅତିବାହିତ କରିଥିବା ସ୍ଥାନରେ ଥିବା ଫଟୋ ଚିତ୍ର ରେ ଅତିଥି ଗଣ ପୁଷ୍ପ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ l ପରେପରେ ମଣ୍ଡଳ କାରାଗାର ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରବି ନାରାୟଣ ବେହେରା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜେଲ୍ ସୁପରିଟେଣ୍ଡ ଧୀରେନ୍ଦ୍ର ନାଥ ବାରିକ, ଜେଲର ସତ୍ୟ ନାରାୟଣ ବେହେରା,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା,ସମାଜସେବୀ ଉଷାରାଣୀ ମହାପାତ୍ର, ସାମ୍ବାଦିକ ବନ୍ଧୁଗଣ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ,ମଣ୍ଡଳ କାରାଗାରର କର୍ମଚାରୀ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here