ବୁଗୁଡା ବ୍ଲକରେ କୃଷକ ସଚେତନତା ରଥର ଶୁଭାରମ୍ଭ

0
236

ବୁଗୁଡା :ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅଗଷ୍ଟ ୨୦ ତାରିଖ ଦିନ ବୁଗୁଡା ବ୍ଲକ ଅଫିସ ପରିସରରୁ କୃଷକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ ସବୁଜ ପତାକା ଦେଖାଇ କୃଷକ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି କୃଷକ ସଚେତନତା ରଥ ବୁଗୁଡା ବ୍ଲକର ସମସ୍ତ ପଞ୍ଚାୟତରେ ପରିକ୍ରମା କରି କୃଷକ ଓଡିଶା ଡାଟା ବେସ ଓ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ପଞ୍ଜିକରଣ ବିଷୟ ନେଇ କୃଷକମାନଙ୍କୁ ସଚେତନ କରାଇବା ମୁଖ୍ୟ ଲକ୍ଷ ଅଟେ। ଏହି କାର୍ଯ୍ୟକ୍ରମକୁ ବୁଗୁଡା ଗୋଷ୍ଠୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ବୈଷୟିକ ପରିଚାଳନା ସଂସ୍ଥା ର ଅଧ୍ୟକ୍ଷ ମୁକୁନ୍ଦ ନାୟକ, ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଭଗବତୀ ପ୍ରସାଦ ଦାଶ, ସହକାରୀ କୃଷି ଅଧିକାରୀ ସ୍ୱାଗତିକା ପତି, ସହକାରୀ ମତ୍ସ୍ୟ ଅଧିକାରୀ ସଂସ୍କୃତି ପଦ୍ରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here