ଜଙ୍ଗଲର ନିଆଁ କୁ ନେଇ ଗ୍ରାମବାସୀ ଆତଙ୍କିତ।

0
265

ଧରାକୋଟ(କାଳୁ ଚରଣ ମହାପାତ୍ର)ଗଞ୍ଜାମ ଜିଲ୍ଲା ଦକ୍ଷିଣ ଗୁମୁସର ବନଖଣ୍ଡ ର ଆସିକା ରେଞ୍ଜର ଧରାକୋଟ ବିଟ ର ବିଭିନ୍ନ ଜଙ୍ଗଲ ରେ ଦିର୍ଘ 4 ଦିନ ହେବ ବଣରେ ନିଁଆ ଲାଗୁଥିବା ଦେଖା ଦେଇଛି।ସୁଳିଆ ଗୁଡା GPF ର ଟିନିଟିଣାପଲ୍ଲି ନିକଟରେ ଥିବା କୋଠରୀ ପାହାଡ଼,ଧରାକୋଟର ସୁଳିଆ ପାହାଡ଼ ଆଦିରେ ଦିନ ରାତି ଗୁତୁହୁତୁ ହୋଇ ନିଆଁ ବ୍ୟାପିବାରେ ଲାଗିଛି।ନିଆଁର ପ୍ରକୋପ ଏତେ ଅଧିକ ଯେ ପାହାଡ଼ର ଚାରିପଟେ ଥିବା ଗାଁ ଗୁଡିକର ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ଦିନ ତମାମ ନିଆଁ ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟାପୁ ଥିବା ବେଳେ ଏହାର ପ୍ରଭାବରେ ଆଖପାଖ ଗାଁ ଗୁଡିକରେ ଏବେ ସମ୍ପୂର୍ଣ୍ଣ ଧୂଆଁ ର ଆସ୍ତରଣ ସୃଷ୍ଟି ହୋଇଛି।ଏହି ଧୂଆଁ ର ପ୍ରଭାବରେ ପାହାଡ଼ ପାଖରେ ଥିବା ଟିନିଟିଣା ପଲ୍ଲୀ,ବହାରପୁର,ଧରାକୋଟ,ହାଡ଼ିଚିରା,ସରପଡା ଆଦି ଗ୍ରାମର ଲୋକେ ଏବେ ଘରୁ ବାହାରକୁ ବାହାରିଲେ ଆଖିରୁ ଧୂଆଁ ଯୋଗୁ ଲୁହ ବାହାରୁଥିବା ଅଭିଯୋଗ କରିଛନ୍ତି।ଏପଟେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଝାଞ୍ଜି ପବନ ଓ ବଣ ପୋଡିର ନିଆଁ ର ଝାସ ପାହାଡ଼ ତଟରେ ବାସକରୁଥିବା ଗ୍ରାମର ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି।ଏପରିକି ନିଆଁର ଝୁଲ ଆସି କାଳେ ଗ୍ରାମରେ ପଡିଲେ ଗ୍ରାମରେ ଥିବା ଚାଳ ଛପର ଘରେ ନିଆଁ ଲାଗିବ ସେ ଭୟମଧ୍ୟ ଗ୍ରାମ ଲୋକଙ୍କ ମନରେ ଏବେ ଭୟ ସୃଷ୍ଟି କରୁଛି।ଦୀର୍ଘ 4 ଦିନ ହେବ ନିଁଆ ଲାଗିଥିବାରୁ ବହୁ ମୂଲ୍ୟବାନ ବୃକ୍ଷ,ଅନେକ ବନ୍ୟ ଜୀଵ ମଧ୍ୟ ମୃତାହତ ହୋଇଥିବା ସାଧାରଣରେ ଚର୍ଚା ହେଉଛି।ଏନେଇ ଆମେ ଆସିକା ରେଞ୍ଜରଙ୍କ ସହ ମଧ୍ୟ କଥା ହେଉଥିଲୁ ସେ ନିଆଁକୁ ଆୟତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ଯଥା ଶିଘ୍ର ନିଆଁକୁ ଆୟତ କରାଯିବ ବୋଲି କହିଥିଲେ l

LEAVE A REPLY

Please enter your comment!
Please enter your name here