ସଫଳତା ର ଆଉ ଏକ ପାହାଚ ରେ ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲ

0
179

ବ୍ରହ୍ମପୁର : ରାଜ୍ୟ ସ୍ତରୀୟ ସ୍କାଉଟ ଓ ଗାଇଡ* ର *ରେନ ବୋ କ୍ୟାମ୍ପ* ପ୍ରତିଯୋଗିତାରେ ସ୍ଥାନୀୟ ଲାଞ୍ଜି ପଲି ରାଜପଥ ନିକଟସ୍ଥ *ଅକ୍ସଫୋର୍ଡ ପବ୍ଲିକ ସ୍କୁଲ* ର ଛାତ୍ର ଛାତ୍ରୀ ପୂର୍ଣ୍ଣ ସଫଳତା ପ୍ରାପ୍ତ କରି ଅନୁଷ୍ଠାନ ର ଗର୍ବ ଗୌରବ କୁ ଦ୍ଵିଗୁଣିତ କରିଛନ୍ତି ।
ଏହି ପ୍ରତିଯୋଗିତାରେ ମୋଟ ଦଶ ଜଣ ଛାତ୍ର ଛାତ୍ରୀ ଭାଗ ନେଇ *୩ଟି ସୁବର୍ଣ୍ଣ, ୨ଟି ରୌପ୍ୟ* ପଦକ ସହ *ଯୋଗ ଓ ଟେଷ୍ଟ ଅଫ ଓଡ଼ିଶା ରେ ରାଜ୍ୟରେ ପ୍ରଥମ ସ୍ଥାନ* ଅଧିକାର କରିଛନ୍ତି । ଏହି କାର୍ଯ୍ୟକ୍ରମ ର ଗୁରୁଦାୟିତ୍ଵ ନେଇ ଥିଲେ ରୁନାଲ କୁମାର ବେହେରା ଓ ରଶ୍ମି ସାମନ୍ତ । ଏହି ସଫଳତା ପାଇଁ ଅନୁଷ୍ଠାନ ର ନିର୍ଦେଶକ *ଇଂ . ଅଶୋକ କୁମାର ପାଳ* ସମସ୍ତଙ୍କୁ ସାଧୁବାଦ୍ ଜଣାଇଛନ୍ତିl ବ୍ରହ୍ମପୁର ସହରରେ ଥିବା ପ୍ରମୁଖ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମଧ୍ୟରେ ଶିକ୍ଷା ସଂସ୍କାର ସହ ବିଭିନ୍ନ ପ୍ରତିଯୋଗିତାରେ ପୂର୍ଣ୍ଣ ସଫଳତା ପ୍ରାପ୍ତ ପୂର୍ବକ ପ୍ରଗତିର ପଥେ ଆଗେଇ ଚାଲୁ ଥିବା ଏହି ଅନୁଷ୍ଠାନ କୁ ଅଞ୍ଚଳ ବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here