ମାପ ଓ ଓଜନ ବିଭାଗ ତରଫରୁ ଯାଞ୍ଚ

0
683

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ସହରରେ ଥିବା ମିଠା ଦୋକାନ ଓ ତେଜରାତି ଦୋକାନରେ ବ୍ୟବହାର ହେଉଥିବା ଓଜନ ଯନ୍ତ୍ରର ଏବଂ ପ୍ୟାକେଟ ଗୁଡିକ ଯାଞ୍ଚ କରାଯାଇଛି । ଏହି ଯାଞ୍ଚ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଖଣ୍ଡସ୍ତରୀୟ ପ୍ରଶାସନ ଏବଂ ମାପ ଓ ଓଜନ ବିଭାଗ ତରଫରୁ କରାଯାଇଥିଲା । ଏହି ଚଢାଉରେ ୬ଜଣ ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୫୪୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଉକ୍ତ ବ୍ୟବସାୟୀମାନେ ନବୀକରଣ ହୋଇନଥିବା ଓଜନ ଯନ୍ତ୍ର ବ୍ୟବହାର କରୁଥିଲେ ଏବଂ କେତୋଟି ପ୍ୟାକେଟରେ ସମସ୍ତ ତଥ୍ୟ ମାପ ଓ ଓଜନର ନିୟମ ଅନୁସାରେ ନ ଥିଲା । ଏହି ଚଢାଉରେ ସହକାରୀ ଜିଲ୍ଲପାଳ ପ୍ରଦୀପ କୁମାର ମହାରଣା,ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ,ବରିଷ୍ଠ ନୀରିକ୍ଷକ ସତ୍ୟଜିତ୍ ବିଶ୍ୱାଳ ଏବଂ ଶିଶିର ସାହୁ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ଏହିପରି ଚଢାଉ ଜାରି ରହିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here