ଓଡ଼ିଶାରୁ ଚୋରା ଗଞ୍ଜେଇ ଚାଲାଣ;୧୦ କ୍ୱିଣ୍ଟାଲ ସହ ଟ୍ରକ ଜବତ,୭ ଗିରଫ

0
315

ପାରଳାଖେମୁଣ୍ଡି:(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଜିଲ୍ଲାରେ ବର୍ତ୍ତମାନ ଚୋରା ଗଞ୍ଜେଇ କାରାବାରର ଗନ୍ତାଘର ପାଲଟିଛି । ଓଡ଼ିଶା ତଥା ଗଜପତି ଜିଲ୍ଲା ରୁ ବିଭିନ୍ନ ମାଧ୍ୟମରେ ଓଡ଼ିଶାରୁ ବିହାର ଓ ହରିଆଣାକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୋଟିଏ ଟ୍ରକ୍ ରୁ ୧୦ କ୍ୱିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ ହୋଇଛି । ଏହି ସଂକ୍ରାନ୍ତରେ ୭ଜଣକୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶଯେ,ଗତକାଲି ମୋହନା ଥାନାର ଏସଆଇ ପିଙ୍କି ମୁର୍ମୁ ପୋଲିସ ଦଳଙ୍କ ସହ କମଳାପୁର ନାକା ଛକରେ କାର୍ଯ୍ୟରତ ଥିବା ବେଳେ ସଂନ୍ଦେହଜନକ ଭାବେ ଜେଏଚ ୦୨ ୭୯୭୬ ନଂମ୍ବର ବିଶିଷ୍ଟ ଏକ ଟ୍ରକକୁ ଅଟକାଇ ଖାନତଲାସ କରିଥିଲେ । ସେହି ଟ୍ରକ୍ ରୁ ୧୮ ଗୋଟି ବସ୍ତା ଚୋରା ଗଞ୍ଜେଇ ବାହାରି ଥିଲା । ଏହାର ଓଜନ ଆନୁମାନିକସାଢେ ୫ କ୍ୱିଣ୍ଟାଲ ଅଟେ । ଏହି ଗଞ୍ଜେଇର ମୁଲ୍ୟ ଆନୁମାନିକ,୩୦ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବା ସୁଚନା ମିଳିଛି ।

ଏହି ଘଟଣାରେ ଗଞ୍ଜେଇ ଚୋରା ଚାଲାଣକାରୀ ଟ୍ରକ ଡ୍ରାଇଭର ଲାଲୁ କୁମାର ଯାଦବ(୨୨)କୁ ପୋଲିସ ଗିରଫ କରିଛି । ଲାଲୁର ଘର ବିହାର ପାଟଣା ଜିଲ୍ଲାର ମୋଦିପୁର ଗ୍ରାମରେ ବୋଲି ଜଣାପଡିଛି । ତେଣୁ ଏହି ଗଞ୍ଜେଇକୁ ସେ ବିହାର ଚାଲାଣ ପାଇଁ ନେଉଥିବା ସ୍ପଷ୍ଟ ହୋଇଛି । ଏ ନେଇ ମୋହନା ଥାନା କେସ ନଂ ୩୨/୨୧ରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟକୁ ଚାଲାଣ କରାଯାଇଥିବା ଆଇଆଇସି ସୁଜିତ କୁମାର ନାୟକ ଜଣାଇଛନ୍ତି । ସେହିପରି ଆଜି ଗଜପତି ଜିଲ୍ଲାର ଅଡବା ଥାନା ଠାରୁ ୪କିମି ଦୁରରେ ୨ଗୋଟି ମିନି ଭ୍ୟାନ ଯଥା, ଏପି ୦୫ ପିଡି ୮୫୯୭ ଏବଂ ଏପି ୩୧ ଟିକ୍ୱି ୦୮୫୦ ଦ୍ୱାରା ହରିଆଣାକୁ ୪କ୍ୱିଣ୍ଟାଲରୁ ଉଦ୍ଧ୍ୱର୍ ଗଞ୍ଜେଇକୁ ଚୋରା ଚାଲାଣ ବେଳେ ଅଡବା ପୋଲିସ ଜବତ କରିଛନ୍ତି ।

ଏହି ଘଟଣାରେ ରାୟଗଡା ଜିଲ୍ଲାର ଗୁଣପୁର ଅଞ୍ଚଳର ୩ଜଣ ଓ ହରିଆଣା ଅଞ୍ଚଳର ୩ଜଣ ମୋଟ ୬ଜଣଙ୍କୁ ଗିରଫ କରାଯାଇଛି । ଏମାନେ ୨ଟି ଭ୍ୟାନ ଦ୍ୱାରା ଅତ୍ୟନ୍ତ କୌଶଳକ୍ରମେ କମ୍ବଳ ଓ ବିଭିନ୍ନ ଲୁଗା ବିକ୍ରୀ ଆଳରେ ତଳେ ଗଞ୍ଜେଇ ବସ୍ତାକୁ ଲୁଚାଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ଦ୍ୱାରା ଧରା ପଡିଛନ୍ତି ବୋଲି ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୁଚନା ପ୍ରଦାନ କରି ଘଟଣା ନେଇ ଆହୁରି ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ।
ଏଠାରେ ସାଧାରଣ ଲୋକଙ୍କ କହିବା ଅନୁସାରେ ଏହି ମହୋ‌ନା ଅଞ୍ଚଳରେ ଜେତେ ତଦନ୍ତ ଜାରି ରହିଛି ସେତେ ବେନିୟମ କାର୍ଯ୍ୟ ବଢୁଥିବା ଦେଖିବାକୁ ମିଳିଛି। କାରଣ ଖାସ୍ କରି ଏହି ଅଞ୍ଚଳରେ ସରକାରୀ ଅଧିକାରୀ ମାନେ ବହୁତ ଆଗ୍ରହ ରେ ଆସନ୍ତି ଏବଂ ଏହି ଅଞ୍ଚଳ ରୁ ଟ୍ରାନସଫାର ହେଲେ ମଧ୍ୟ ଏଠାରୁ ଯିବାପାଇଁ ତିଳେ ହେଲେ ମନ ବଳାଉ ନଥିବା ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here