ଟ୍ରେନ ଧକ୍କାରେ ଶହେରୁ ଅଧିକ ଛେଳି ଓ ମେଣ୍ଢା ମୃତ, କ୍ଷତି ଭରଣା ପାଇଁ ମେଣ୍ଢାପାଳକଙ୍କ ନିବେଦନ

0
857

ଗଂଜାମ(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତର ଗୁରାପଲ୍ଲୀ ଗ୍ରାମ। ଯାହାର ପୂର୍ବ ଦିଗରେ ଦକ୍ଷିଣ ପୂର୍ବ ରେଳପଥ ଓ ପଶ୍ଚିମ ଦିଗରେ ୧୬ ନମ୍ବର ଜାତୀୟ ରାଜପଥ ରହିଛି।ଏହି ଗ୍ରାମରେ ବିଶେଷତଃ ଗୋଲା ସଂପ୍ରଦାୟର ଲୋକ ବସବାସ କରନ୍ତି । ଗ୍ରାମର ଅଧିକାଂଶ ଲୋକ ଛେଳି ଓ ମେଣ୍ଢା ପାଳନ କରନ୍ତି । ତେବେ ଆଜି ଏକ ଅଘଟଣ ଦେଖିବାକୁ ମିଳିଛି ଏହି ଗ୍ରାମରେ । ଗ୍ରାମର ଜି. ଗଣପତି ପାତ୍ର ଓ ଏସ୍. ଭରତ ପାତ୍ର ନାମକ ଦୁଇ ବ୍ୟକ୍ତି ଛେଳି ଓ ମେଣ୍ଢା ଚାଷୀ ପଶୁ ଚରାଇବାକୁ ଯାଇଥିବା ବେଳେ ରେଳ ଧାରଣାର ଏକ ପାର୍ଶ୍ବରେ ଗୋଠ ହୋଇଥିବା ଛେଳି ଓ ମେଣ୍ଢା ହଠାତ ରେଳଧରଣା ଉପରକୁ ଦୌଡ଼ି ଆସିଥିଲେ। ସେହି ସମୟରେ ଆସିଥିବା ଫାଲକନାମା ଟ୍ରେନ୍ ଧକ୍କାରେ ଏକ ଶହରୁ ଅଧିକ ସଂଖ୍ୟକ ଛେଳି ଓ ମେଣ୍ଢା ମୃତ୍ୟୁବରଣ କରିଛନ୍ତି । ଏହି କ୍ଷତିର ଭରଣା ପାଇଁ ସରକାରୀ ସାହାର୍ଯ୍ୟ ନିମନ୍ତେ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ଦୁଇ ପରିବାର।

LEAVE A REPLY

Please enter your comment!
Please enter your name here