ଅଲ୍ ଓଡିଶା ମିନିଟ୍ରକ ମାଲିକ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ସ୍ୱାଗତ ଉତ୍ସବ

0
260

ଭୁବନେଶ୍ୱର : ଓଡିଶା ଗଣତନ୍ତ୍ର ଇତିହାସରେ ଯୋଡି ହୋଇଛି ଆଉଏକ ନୂଆ ଫର୍ଦ୍ଦ । ଓଡିଶା ମାଟିର ସୁଯୋଗ୍ୟ ମହିଳା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବହୁ ସଂଖ୍ୟକ ଭୋଟରେ ବିଜୟ ଲାଭ କରି ଭାରତର ପ୍ରଥମ ନାଗରିକ ହୋଇଛନ୍ତି । ଭାରତର ମହାମହିମ ରଷ୍ଟ୍ରପତି ଭାବେ ଓଡିଶାର ଗର୍ବ ଓ ଗୌରବ ତଥା ଓଡିଆ ଝିଅ ଶ୍ରୀମତୀ ମୁର୍ମୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ନିର୍ବାଚିତ ହେବା ପରଠାରୁ ଓଡିଶା ପୁରପଲ୍ଲୀ ଉତ୍ସବ ମୂଖରିତ ହୋଇ ପଡିଛି ।

ଏହି କ୍ରମରେ ଆଜି ଅଲ୍ ଓଡ଼ିଶା ମିନିଟ୍ରକ ମାଲିକ ସଂଘ ପକ୍ଷରୁ ମହାମହିମଙ୍କ ସ୍ୱାଗତ ଉତ୍ସବ କେକ୍ କାଟିବା ସହ ଧୁମଧାମରେ ମଞ୍ଚେଶ୍ୱେର ସ୍ଥିତ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଆଜି ଅଲ୍ ଓଡ଼ିଶା ମିନିଟ୍ରକ ମାଲିକ ସଂଘ ଦ୍ୱାରା ଅୟୋଜିତ ଏହି ଉତ୍ସବରେ ସଂଘର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ କୁମାର ରଣା ଓ ବାସନ୍ତି ଦୁର୍ଗା ମିନିଟ୍ରକ ଅସୋସିଏସନର ସଭାପତି ତ୍ରିଲୋଚନ ରାଉତରାୟ, ସମସ୍ତ କର୍ମକର୍ତ୍ତା ଓ ମାଲିକମାନେ ଉପସ୍ଥିତ ଥିଲେ ।

ଏହାପରେ ସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମିନିଟ୍ରକ ସଙ୍ଘର କର୍ମକର୍ତ୍ତା ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here