ଆମ ପୋଲିସ୍ ସମିତି ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

0
208

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ପକ୍ଷରୁ ବୁଗୁଡା ବ୍ଳକ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ନେଇ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ପୋଲିସ ଆଇଆଇସି ଚିତରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବେ ଭଞ୍ଜନଗର ଏମଭିଆଇ ନେତ୍ରାନନ୍ଦ ମିଶ୍ର, ବୁଗୁଡା ବ୍ଳକ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ବିଡ଼ିଓ ବାସୁଦେବ ନାୟକ, ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ଅତିରିକ୍ତ ଥାନାଧିକାରୀ ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ପ୍ରଶିକ୍ଷକ ଅମର କୁମାର ତ୍ରିପାଠୀ, ଜିଲ୍ଲା ସଂଯୋଜକ ଶିବପ୍ରସାଦ ରଥ ଯୋଗଦେଇଥିଲେ। ଅଞ୍ଚଳର ବିଭିନ୍ନ ପ୍ରବେଶ ପଥରେ ବୁଗୁଡା ପୋଲିସ୍ ଓ ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କଡାକଡି ଯାଞ୍ଚ ପ୍ରକ୍ରିୟା ଓ ଲୋକଙ୍କୁ ସଚେତନତା କରାଯାଉଥିଲେ ମଧ୍ୟ ସଡକ ଦୁର୍ଘଟଣା ବୃଦ୍ଧି ପାଉଛି । ଜନସଚେତନତା ସୃଷ୍ଟି ପାଇଁ ବୁଗୁଡା ଅଞ୍ଚଳବାସୀ ଓ ଜନପ୍ରତିନିଧି ବୃନ୍ଦଙ୍କୁ ନେଇ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ଯକ୍ରମରେ ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଏମ.ଭି.ଆଇ. ନେତ୍ରାନନ୍ଦ ମିଶ୍ର ଓ ବୁଗୁଡା ପୋଲିସ ଆଇଆଇସି ଚିତ୍ତରଞ୍ଜନ ବେହେରା ଗାଡି ଚଳାଇବା ନେଇ ଆଇନ ଓ ସତର୍କତା ଅବଲମ୍ବନ ବିଷୟ ନେଇ ଛୋଟ ଛୋଟ ଭିଡିଓ କାହାଣୀ ମାଧ୍ୟମରେ ସମସ୍ତଙ୍କୁ ସଚେତନତା କରାଇଥିଲେ। ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ପୋଲିସ ଓ ପରିବହନ ବିଭାଗକୁ ସହଯୋଗ କରିବା ପାଇଁ ଉପସ୍ଥିତ ସରପଞ୍ଚ, ସମିତି ମେମ୍ବର, ସଚେତନ ନାଗରିକ ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ବୁଗୁଡା ପୋଲିସ ଆଇଆଇସି ଶ୍ରୀ ବେହେରା ଅନୁରୋଧ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here