ବେଆଇନ କାଠ ଚାଲାଣ ବେଳେ ଜଣେ ଗିରଫ

0
200

ଭଞ୍ଜନଗର : ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳର ଗାଲେରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଆଜି ବେଆଇନ କାଠ ଚାଲାଣ ବେଲେ ଜଣଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ମୁଜାଗଡ ପଞ୍ଚାୟତ କୁଣ୍ଟୁଣିକୁମ୍ପା ଗ୍ରାମର ସଞ୍ଜୀବ ତାରିଣୀ। ସୂଚନା ଅନୁଯାୟୀ,ମଙ୍ଗଳବାର ସକାଳ ସମୟରେ ବନ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ବେରଳେ କିଛି ବ୍ୟକ୍ତି ସାଇକେଲ ରେ ସାଇଜ କାଠ ଚୋରା ଚାଲାଣ କରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଯାଞ୍ଚ କରିବା ସମୟରେ ଘଟଣାସ୍ଥଳରୁ ୨ ଜଣ ଚମ୍ପଟ ମାରିଥିବା ବେଳେ ସଞ୍ଜୀବ କୁ କାବୁ କରିବା ସହ ୬ ଖଣ୍ଡ ସାଇଜ ଶାଳ କାଠ ଓ ୨ ଗୋଟି ସାଇକେଲ ଜବତ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢାଉ ରେ ମୁଜାଗଡ ବନପାଳ କେ. ଚନ୍ଦ୍ରମଣୀ ଦୋରା,ବନରକ୍ଷୀ ସୁଶୀଲ କୁମାର ରାଉତ,ସୁରେଶ ଦଳବରା ଏବଂ ସ୍କ୍ବାର୍ଡ ଟିମ୍ ସାମିଲ ହୋଇଥିଲେ। ଏନେଇ ବନ ବିଭାଗ ପକ୍ଷରୁ ଓଆର୍ କେସ୍ ନମ୍ବର ୫୬୬ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ବିମ୍ବାଧର ସାହୁ ପ୍ରକାଶ କରିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here