ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ୍ୟୁ

0
252

ପୋଲସରା : ପୋଲସରା ଥାନା ଅନ୍ତର୍ଗତ ଖଣ୍ତୁରୁ ଗ୍ରାମ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୁତ୍ଯୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ପୋଲସରା ବ୍ଳକ୍ରର ଘୋଡାପଲାଣ ଗ୍ରାମର କାଳିଆ ଜେନା । ଘଟଣାରୁ ଜଣାପଡିଛି ଯେ କାଳିଆ ଜେନା ନିଜ ଗ୍ରାମରୁ ବାହାରି ପୋଲସରା ଅଭିମୁଖେ ଆସୁଥିଲେ । ଆସିବା ସମୟରେ ଖଣ୍ତୁରୁ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା । କାଳିଆ ଜେନା ରାସ୍ତରେ ଗୁରୁତର ହୋଇ ପଡିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିଙ୍କୁ ପୋଲସରା ମେଡିକାଲକୁ ଆଣିଥିଲେ। ଖବର ପାଇ ପରିବାର ଲୋକେ ମଧ୍ୟ ମେଡ଼ିକାଲ ରେ ପହଞ୍ଚିଥିଲେ । ହେଲେ ଡାକ୍ତର କାଳିଆଙ୍କୁ ମୁତ୍ଯୁ ଘୋଷଣା କରିଥିଲେ । ଖବର ପାଇ ପୋଲସରା ପୋଲିସ୍ ମେଡ଼ିକାଲରେ ପହଞ୍ଚି ମର ଶରୀରକୁ ଜବତ କରିବା ସହ ଅନୁସନ୍ଧାନ ଜାରି ରଖିଥିବା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ବରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here