ଦିଗପହଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକପତ୍ର ପ୍ରଦାନ

0
184

ଦିଗପହଣ୍ଡି:ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଗରିବଙ୍କ ମୁହଁର ଖାଦ୍ୟ ଛଡାଇ ନେଉଛନ୍ତି,ଚାଷୀଙ୍କୁ ସେମାନଙ୍କ ଅଧିକାର ଦେଉନାହାନ୍ତି,ବିକାଶର ଦ୍ୱାହି ଦେଇ ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି ।ସହନଶୀଳ ଓଡିଶା ବାସୀ କ୍ରମାଗତ କେନ୍ଦ୍ର ଶୋଷଣ,ଉପେକ୍ଷା ଓ ଅବହେଳାର ଶିକାର ହୋଇଛନ୍ତି ।ମାତ୍ର ଏବେ ଏହାକୁ ସହ୍ୟ କରାଯିବାର ସବୁ ସୀମା ଅତିକ୍ରମ ହୋଇଛି ।ରାଜ୍ୟ ବାସୀଙ୍କ ସହିତ ବିଜୁ ଜନତା ଦଳ ଠିଆ ହୋଇଛି ଭବିଷ୍ୟତରେ ବି ଠିଆ ହେବ ।କେନ୍ଦ୍ର ଅବହେଳା ବିରୋଧରେ ଓଡ଼ିଶାର କୋଣ ଅନୁକୋଣରେ ଆନ୍ଦୋଳନ ହେବ ଏବଂ ଏହାର ସ୍ୱର ଦିଲ୍ଲୀ ପର୍ଯ୍ୟନ୍ତ ସୁଭିବ । ଆଜି ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ଯକ୍ଷା ଶ୍ରୀମତୀ ସୁନିତା ସେଠୀଙ୍କ ନେତୃତ୍ୱରେ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଦିଗପହଣ୍ଡି ବିଜୁ ପରିବାର ବିକ୍ଷୋଭ ପ୍ରଦର୍ଶନ କରିଛି । ଦଳର ବରିଷ୍ଠ ନେତାମାନେ କେନ୍ଦ୍ର ସରକାରଙ୍କ ଅମାନବୀୟ ପଦକ୍ଷେପକୁ ନିନ୍ଦା କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ।ଏହି ଅବସରରେ ଦିଗପହଣ୍ଡି ବିଜୁ ଜନତା ଦଳର ସମସ୍ତ ସରପଞ୍ଚ,ସମିତିସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫କେଜି ଚାଉଳ ପୁନଃ ବଣ୍ଟନ,ପୂର୍ବ ଭଳି ଧାର୍ଯ୍ୟ ପରିମାଣର ଚାଉଳ ଉଠାଇବା ଏବଂ ଧାନ କିଣା ବାବଦରେ ୧୪ହଜାର କୋଟି ଟଙ୍କାର ବକେୟା ସବ୍ସିଡ଼ି ଅର୍ଥ ତୁରନ୍ତ ପ୍ରଦାନ ନିମନ୍ତେ ଦାବି କରିଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here