ବିଜେଡି ପକ୍ଷରୁ ଏନଏସି ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା

0
201

ବୁଗୁଡା :ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୋଲସରା ବିଧାୟକ ତଥା ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଫେବୃଆରୀ ୧୬ ତାରିଖ ଦିନ ବୁଗୁଡା ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା ଓ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ନେତୃତ୍ବରେ ଶହ ଶହ ବିଜେଡି ନେତା ଓ କର୍ମୀ ବୁଗୁଡା ଏନଏସି ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ବିକ୍ଷୋଭ ଓ ପ୍ରତିବାଦ ସଭା କରି ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। କେନ୍ଦ୍ର ସରକାର ଅତିରିକ୍ତ ୫ କିଲୋ ଚାଉଳ କାଟିବା, ଉଷୁନା ଚାଉଳ କ୍ରୟ ହ୍ରାସ କରିବା, ଶସ୍ଯ କ୍ରୟ ପାଣ୍ଠି ହ୍ରାସ କରିବା ପ୍ରଭୃତି ବିଷୟ ନେଇ ଯେପରି ବୈମାତୃକ ମନୋଭାବ ପୋଷଣ କରିଛନ୍ତି ତାହାର ପ୍ରତିବାଦ କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ସହରର ବହୁ ଆଗଧାଡ଼ିର ନେତା ଓ କର୍ମୀଙ୍କ ସମେତ କାଉନସିଲର ବୃନ୍ଦ ପ୍ରତିବାଦ ସଭାରେ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here