ବାଇକ ଦୁର୍ଘଟଣାରେ ଯୁବକର ମୃତ୍ୟୁ

0
212

କୁକୁଡାଖଣ୍ଡି:ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗ୍ରାମର ମୁଖ୍ୟ ରାସ୍ତାରେ ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ବାଳକୃଷ୍ଣପୁର ଗ୍ରାମର ସୁନୀଲ ନାୟକ(୨୧)ବ୍ରହ୍ମପୁର ରୁ ଘରକୁ ଫେରୁଥିବା ବେଳେ ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଅନ୍ୟଏକ ବାଇକରେ ଆସୁଥିବା ବ୍ରହ୍ମପୁର ହାଉସିଂବୋର୍ଡ ର ସନ୍ତୋଷ କୁମାର ଙ୍କ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ଘଟଣା ସ୍ଥଳରେ ସୁନୀଲ ର ମୃତ୍ୟୁ ଘଟିଥିବା ନେଇ ସଦରଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ ଠାରୁ ସୂଚନା ମିଳିଛି ।ଦୁର୍ଘଟଣା ସ୍ଥଳରୁ ସଦର ପୋଲିସ ଉଭୟ ବାଇକ ଜବତ କରିବା ସହ ମୃତ ଯୁବକର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମଜେସିଜି ମେଡ଼ିକାଲ ପଠାଇଥିବା ବେଳେ ତଦନ୍ତ ଜାରି ରହିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here