ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା କର୍ମଚାରୀ ହିଁ ଲୁଟିନେଲେ ୫୬ଲକ୍ଷ, ଥାନାରେ ମାମଲା ପରେ ତଦନ୍ତ ଜାରି।

0
1009

ବ୍ରହ୍ମପୁର,୧୯/୯(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)(ଶକ୍ତିଧର ରାଜଗୁରୁ): ଲୁଟର ନୂଆ କୌଶଳ ପଦାରେ ପଡିଛି। ଘର ଢ଼ିଙ୍କି କୁମ୍ଭୀର ସଦୃଶ ଖୋଦ ଦାୟିତ୍ୱରେ ଥିବା ଲୋକେ ହିଁ ଲୁଟିନେଲେ ୫୬ଲକ୍ଷ ଟଙ୍କା। ଏଭଳି ଘାଟଣାଘଟିଛି ରେଶମ ସହର ବ୍ରହ୍ମପୁରରେ। ସହରର କେତେକ ଏଟିଏମ କାଉଣ୍ଟରରୁ ନିୟମିତ ଟଙ୍କା ଗାଏବ ଘଟଣା ସନ୍ଦେହ ପରିସରକୁ ଆସିବା ପରେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି। ସବୁଠାରୁ ବଡ଼ କଥା ହେଲା ଏଟିଏମ ଗୁଡିକରେ ଟଙ୍କା ଭର୍ତ୍ତି କରିବାକୁ ଥିବା ଘରୋଇ କମ୍ପାନୀର କର୍ମଚାରୀଙ୍କର ଏଥିରେ ସମ୍ପୃକ୍ତି ଥିବା ମଧ୍ୟ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ବ୍ରହ୍ମପୁର ଆସ୍କାରୋଡ ଓ ମେଡିକାଲ ଏସବିଆଇ ଶାଖାର କେତେକ ଏଟିଏମରୁ ଟଙ୍କା ଗାଏବହୋଇଥିବା ଜଣାପଡିବା ପରେ ବ୍ୟାଙ୍କ ପକ୍ଷରୁ ଟାଉନ ଥାନାରେ ଏତଲା ଦେଇଥିଲେ। ସିକ୍ୟୁର ଭେଲ୍ୟୁ ଅଫ ଇଣ୍ଡିଆ ଲିମିଟେଡ଼ କମ୍ପାନୀର ଜନୈକ କର୍ମଚାରୀଙ୍କ ନାମରେ ଏନେଇ ଏତଲା ହୋଇଥିବା ଜଣାପଡିଛି। ତେବେ କେବଳ ବ୍ରହ୍ମପୁର ସହରରେ ନୁହେଁ ବରଂ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ସମ୍ପର୍କରେ ସୂଚନା ମିଳିଛି। ଏହି ନିର୍ଦ୍ଧିଷ୍ଟ କମ୍ପାନୀ ବ୍ରହ୍ମପୁରରେ ଏସବିଆଇ, ଏକ୍ସିସ ଓ ଆଇସି ଆଇସି ଆଇ ବ୍ୟାଙ୍କର ଏଟିଏମରେ ଟଙ୍କା ଭର୍ତ୍ତି କରିଥାଏ। ଗତ୧୨ ତାରିଖରେ ଉକ୍ତ କମ୍ପାନୀର କର୍ମଚାରୀମାନେ ଏସବିଆଇ ମୁଖ୍ୟ ଶାଖାରୁ ଟଙ୍କା ନେଇ ଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଆସ୍କାରୋଡ ସ୍ଥିତ ଏକ୍ସିସ ବ୍ୟାଙ୍କ ଏଟିଏମରୁ ୨୪ଲକ୍ଷ ଟଙ୍କା ଗାଏବ ହୋଇଥିବା ଜଣାପଡିଥଲା। ସେହିଭଳି ମେଡିକାଲ ଶାଖା ଏସବିଆଇ ଏଟିଏମରୁ ୧୫ଲକ୍ଷ ଓ ଗଂଜାମ ଥାନା ଅନ୍ତର୍ଗତ ଅନ୍ୟ ଏକ ଏଟିଏମରୁ ୧୭ଲକ୍ଷ ଟଙ୍କା ଗାଏବ ହୋଇଥିବା ଜଣାପଡିଥିଲା। ଏଭଳି ଘଟଣା ପଦାରେ ପଡିବା ପରେ ସଂପୃକ୍ତ କମ୍ପାନୀର ପରିଚାଳକଙ୍କଲିଖିତ ଅଭିଯୋଗ ପରେ ଟାଉନ ଥାନା ପୋଲିସ ସୁକାନ୍ତ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଚିହ୍ନଟ କରିସାରିଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଟାଉନ ଥାନା ଆଇଆଇସି ସୁରେଶ ତ୍ରିପାଠୀ କହିଛନ୍ତି। ପୂର୍ବରୁ ନିମାପଦରେ ଏଭଳି ଏକ ଘଟଣାରେ ସଂପୃକ୍ତ ଥାଇ ଧରାପଡିବା ଭୟରେ ଜଣେ କର୍ମଚାରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଏଭଳି ଘଟଣା ଏବେ ଉଭୟ ବ୍ୟାଙ୍କ ଓ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି।

LEAVE A REPLY

Please enter your comment!
Please enter your name here