ଡଅଁରକୁଳରେ ବିଶ୍ଵକର୍ମା ପୂଜା ମହାସମାରୋହରେ ଆୟୋଜିତ

0
812

ଯାଜପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାସପୁର ପଂଚାୟତ ଡଅଁରକୁଳ ଗ୍ର୍ରାମର ବାବା ବିଶ୍ବକର୍ମା ପୂଜା କମିଟି ଆନୁକୂଲ୍ୟରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଶ୍ଵକର୍ମା ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଦିନ ଗ୍ରାମର ସରସ୍ବତୀ ମଣ୍ଡପ ନିକଟରେ ବିଶ୍ଵକର୍ମାଙ୍କ ମାଟିରେ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ପୂଜା କାର୍ଯ ଆରମ୍ଭ କରାଯାଇଥିଲା । କଳସରେ ସ୍ଥାପନ, ଘଟ ପୂଜା ରେ ସମସ୍ତ ସଦସ୍ୟ କଂ ସହ ଗ୍ରାମରେ ବସବାସ କରୁଥିବା ସମସ୍ତ ଅଧିବାସୀ ସେମାନଙ୍କ ଗାଡି ମୋଟର , ଅନ୍ୟାନ ଯନ୍ତ୍ର ପାତି ଏଠାରେ ପୂଜା କରାଇଥିବା ଜଣାପଡିଛି
ଡ୍ରାଇଭର ସଂଘ ପକ୍ଷରୁ ଏହି ଅନୁଷ୍ଠାନ ଗତ ଚାରି ବର୍ଷ ଧରି ପୂଜା କରୁଥିବା ଯୋଗୁଁ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଛି ବୋଲି ଡଅଁରକୁଳର ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ଅନୁଷ୍ଠାନ ପକ୍ଷରୁ ସୁଦର୍ଶନ ସେନାପତି , ମିହିର ରାଉତ, ସତ୍ୟବ୍ରତ ଧଳ, ଶେଷଦେବ ରାଉତ, ଗୋକୁଳ ରାଉତ ,ସନ୍ତୋଷ ରାଉତ, ଦେବୀପ୍ରସାଦ ରାଉତ, ଗୁଲୁ, ବିକି , ସୁଶାନ୍ତ ରାଉତ, ବୈରାଗୀ ରାଉତ, ଶିବା ସେନାପତି ,ବୈକୁଣ୍ଠ ରାଉତ, ଅବିନାଶ ରାଉତ, ସୁନୀଲ ରାଉତ, ଆଶିଷ ରାଉତ ପ୍ରମୁଖ ମୁଖ୍ୟ ଭୁମିକା ନିର୍ବାହ କରିଥିଲେ ।
ପ୍ରତ୍ୟହ ପୁଜାପାଠ ସହ ସଂଧ୍ୟା ସମୟରେ ଭଜନ ,କୀର୍ତ୍ତନ, ପ୍ରସାଦ ସେବନ ସହ ଆଜି ରାତ୍ରି ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର ସୁଚନା ମିଳିଛି ।
ସୁଚନା ମୁତାବକ ଆସନ୍ତା କାଲି ଭସାଣି ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here