ସାଥୀ…!!

0
838

ମୁଁ ଗୋଲାପି ରଙ୍ଗ କୁ ଭଲପାଏ
ତା ମାନେ ନୁହଁ
ମୁଁ ତୁମ ଓଠକୁ ଭଲପାଏ
ମୁଁ ନୀଳ ଆକାଶ କୁ ଭଲପାଏ
ତା ମାନେ ନୁହଁ
ମୁଁ ତୁମ ନୀଳ ଆଖି କୁ ଭଲପାଏ
ମୁଁ କଳା ମେଘକୁ ଭଲପାଏ
ତା ମାନେ ନୁହଁ
ମୁଁ ତୁମ ଘନକେଶ ରେ ହଜିବାକୁ ଚାହେଁ
ମୁଁ ବର୍ଷା କୁ ଭଲପାଏ
ତା ମାନେ ନୁହଁ
ମୁଁ ତୁମ ଆଖିରେ ଲୁହ ଦେଖିବାକୁ ଚାହେଁ
ମୁଁ ବର୍ଷାପାଣିର ଛମ ଛମ ଶବ୍ଦକୁ ଭଲପାଏ
ତା ମାନେ ନୁହଁ
ତମ ମୁହଁର ଥମ ଥମ ଭାବକୁ ଭଲପାଏ
ସମୁଦ୍ରର ଗୁରୁଗମ୍ଭିର ଗର୍ଜନକୁ ଭଲପାଏ
ତା ମାନେ ନୁହଁ
ତୁମ ମୁହଁର ଗମ୍ଭୀର୍ଯ୍ୟତାକୁ ବି ଭଲପାଇବି
ଶେଷରେ ଗୋଟିଏ କଥା କହିବି
ମୁଁ ତୁମକୁ ଭଲପାଏ
ତା ମାନେ ନୁହଁ
ମୁଁ ମୋତେ ବି ଭଲପାଇବି
ଯେତେବେଳେ ବି ତୁମକୁ ଭୁଲିବା କଥା ଆସିବ
ପ୍ରଥମେ ମୁଁ ମୋତେ
ଭୁଲିଯିବାକୁ ଭଲପାଇବି….

LEAVE A REPLY

Please enter your comment!
Please enter your name here