ଅନୁପମ ଭାରତର ୨୩ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ

0
726

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ସହରରେ ଦୈନିକ ଖବର କାଗଜ ଅନୁପମ ଭାରତର ୨୩ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପରିଚାଳନା ନିର୍ଦ୍ଦେଶକ ରବିନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବିଶିଷ୍ଟ ସ୍ତମ୍ଭକାର ହୟଗ୍ରିବ ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ସହ ସମ୍ପାଦକ ପ୍ରମୋଦ ପଣ୍ଡା, ପ୍ରସାରଣ ପରିଚାଳକ ବିନୋଦ ପଟ୍ଟନାୟକ, ଏଲ. ସୁଦାମ ଦାସ, ଏ. ରାଜା ରାଓ ପ୍ରମୁଖ ଉପସ୍ଥିତ ଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କୁରେଶ ଚନ୍ଦ୍ର ପଣ୍ଡା, ପ୍ରସନ୍ନଜିତ ପଣ୍ଡା, ଜଗନ୍ନାଥ ପଣ୍ଡା, ରଜତ କୁମାର ପଣ୍ଡା, ହରିଶ ବେହେରା, ସଞ୍ଜିବ ପାତ୍ର, କ୍ରିଷ୍ଣା ରାଓ, ସୂର୍ଯ୍ୟ ନାରାୟଣ ସାହୁ, ରାଘବ ଦାସ, ସଞ୍ଜିବ ପଟ୍ଟନାୟକ, ପୁରୁଷୋତମ ପାଳ, ଆନନ୍ଦ ସାହୁ, ଗଣେଶ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ କୁକୁଡ଼ାଖଣ୍ଡି ପ୍ରତିନିଧି ପି. କୃଷ୍ଣମୃର୍ତି, ଦିଗପହଣ୍ଡି ପ୍ରତିନିଧି ହର ପ୍ରସାଦ ରଥ, ପୋଲସରା ପ୍ରତିନିଧି ସୁମିତ୍ରା ପାତ୍ର, ଆସିକା ଏଜେଂଟ୍ ସନ୍ତୋଷ ପାଢୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶେଷରେ ହରିଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here