ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କଲେ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ

0
659

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : କାରାଗାର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କରି ଫେରିଯାଇଛନ୍ତି । କାରାଗାର ପରିସରରେ ଅନ୍ତେବାସୀମାନଙ୍କ ପାଇଁ ୧.୪୩ କୋଟିରେ ବ୍ୟୟରେ ନିର୍ମିତ ହୋଇଥିବା ୩୦ ଶର୍ଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନା କୋଠା ଗୃହର ଉଦଘାଟନ କରିବା ସହ ପରିସର ଭିତରେ ବିଭିନ୍ନ ୱାର୍ଡ ସେ ବୁଲି ଦେଖିଥିଲେ ଓ ଏହା ସହ ଅନ୍ତେବାସୀଙ୍କ ପକ୍ଷରୁ ନିର୍ମିତ ହେଉଥିବା ବିଭିନ୍ନ କୁଟୀରଶିଳ୍ପ ବୁଲି ଦେଖିଥିଲେ । ଏଥି ସହ ଜେଲ ପରିସର ଭିତରେ ୧.୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଫୁଡ଼୍ ପ୍ରୋସେସିଂ ୟୁନିଟ୍ ଓ ପାଉଁଶ ଇଟା ପ୍ରସ୍ତୁତ ୟୁନିଟ୍ ତିଆରି ଚାଲଛି ଓ ସେଥିରେ ଅନ୍ତେବାସୀମାନେ କାମ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଜେଲ କୋଠା ଘର ପୁରୁଣା ହୋଇଯାଇଥିବାରୁ ତାହାର ମରାମତି ପ୍ରର୍ଯ୍ୟାୟକ୍ରମେ କରାଯିବ ଏବଂ ଏଥି ସହ ପରିମଳ ଉପରେ ଗୁରୁତ୍ୱ ଦିଆଯିବ , ମୋବାଇଲ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ପାଇଁ ନୂଆ ଯନ୍ତ୍ରପାତି ସ୍ଥାପନ କରାଯିବ ବୋଲି କହିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଜେଲ ଡ଼ିଆଇଜି ରଘୁନାଥ ମାଝି, ଜେଲ ସୁପରିଟେଣ୍ଡେଂଟ୍ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ।

LEAVE A REPLY

Please enter your comment!
Please enter your name here