ଭିଜିଲାନ୍ସ ଜାଲରେ ଧରାପଡି ଗିରଫ ହେଲେ ଲାଞ୍ଚୁଆ କିରାଣୀ। ସମ୍ପତ୍ତି ତାଲିକା ଯୋଗାଡ଼ରେ ଭିଜିଲାନ୍ସ ବିଭାଗ।

0
849

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ପୁଣି ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ ଜଣେ ଲାଞ୍ଚୁଆ ସରକାରୀ କର୍ମଚାରୀ। ଜଣେ ଶିକ୍ଷକଙ୍କୁ ଗୋଟିଏ ସ୍କୁଲରୁ ଅନ୍ୟ ଏକ ସ୍କୁଲକୁ ବଦଳି କରିବା ପାଇଁ ଲାଞ୍ଚ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଜାଲରେ ପଡିଛନ୍ତି ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଜିତେନ୍ଦ୍ର ନାଥ ନାୟକ। ବୁଧବାର ଦିନ କିରାଣି ଜିତେନ୍ଦ୍ର ନିଜ ଘରେ ଦଣ୍ଡପାଣି ମଲ୍ଲିକଙ୍କ ଠାରୁ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଥିଲେ। ଗିରଫ ପରେ କିରାଣି ଜିତେନ୍ଦ୍ର ନାୟକଙ୍କୁ ବୁଧବାର ରାତିରେ ମୋହନାରୁ ବ୍ରହ୍ମପୁର ଭିଜିଲାନ୍ସ ଏସ ପିଙ୍କ କାର୍ଯ୍ୟାଳୟକୁ ଅଣାଯାଇ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ଗିରଫ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ କିରାଣି ଜିତେନ୍ଦ୍ର ନାୟକଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ଜାରି ରହିଥିବା ଯୋଗୁଁ ତାଙ୍କର ସମ୍ପତି ସମ୍ପର୍କିତ ତଥ୍ୟ ସମ୍ପୂର୍ଣ୍ଣ ଭାବେ ମିଳିନଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ ପି ମାୟାଧର ସ୍ଵାଇଁସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here