ଦୁର୍ଗମବାସୀ ଙ୍କୁ ସହାୟତା ଯୋଗାଇଲା ହେଲ୍ପ ଇଣ୍ଡିଆ

0
254

ଭଞ୍ଜନଗର : ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ଲୋକଙ୍କ ଦୁଃଖ କହିଲେ ନସରେ । କେଉଁଠି ପହଂଚିବାକୁ ଭଲ ରାସ୍ତାଟିଏ ନାହିଁତ କେଉଁଠି ପିଇବା ପାଣି ଟିକିଏ ମିଳୁନି । କେଉଁଠି ଆଲୋକ ଵ୍ୟଵସ୍ଥା ନାହିଁ ,ସ୍ୱାସ୍ଥ୍ୟ, ଶିକ୍ଷା, ସବୁକ୍ଷେତ୍ରରେ ଅବହେଳିତ ହୋଇ ଦୁର୍ଦିନ ରେ ଜୀବନ ବିତାଉଛନ୍ତି । ଏଭଳି ପରିସ୍ଥିତିରେ ସେଠାକାର ଅଧିବାସୀ ମାନଙ୍କ ମୁଂହରେ ହସ ଫୁଟାଇବା ପାଇଁ ଉଦ୍ୟମ କରିଛନ୍ତି ସାମାଜିକ ସଂଗଠନ ହେଲ୍ପ ଇଣ୍ଡିଆ । ଭୁବନେଶ୍ୱର ରୁ ଆସିଥିବା ହେଲ୍ପ ଇଣ୍ଡିଆ ସଦସ୍ୟ ମାନେ ପାଦଚଲା ପଥୁରିଆ ଅଣ ଓସାରିଆ ରାସ୍ତା ରେ ବିଭିନ୍ନ ସାମଗ୍ରୀ ଧରି ପହଂଚିଥିଲେ ଭଞ୍ଜନଗର ବ୍ଲକ ବାଇବାଲି ପଂଚାୟତ ର ଦୁର୍ଗମ ତଡ଼ମା ଗାଁରେ । ଯୁବକ ମାନେ ଉପାନ୍ତ ବାସୀଙ୍କ ପାଇଁ ସହରରୁ ବୋହି ଆଣିଥିବା ପୋଷାକ, ଲୁଗାପଟା, କମ୍ବଳ, ଜୋତା,ଚପଲ ସବୁ ଗାଁ ଦାଣ୍ଡରେ ଦୋକାନ ପକାଇବା ପରି ସଜାଯାଇଛି ଯାହାର ଯାହା ପସନ୍ଦ ଓ ଆବଶ୍ୟକ ଏଠାରୁ ନିଅନ୍ତୁ ବୋଲି କହିବା ସହ ବିଭିନ୍ନ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ। ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବା ସହ ସେମାନଙ୍କ ସମସ୍ୟା ବୁଝି ଉପାନ୍ତ ଲୋକ ଙ୍କ ସହିତ ସମୟ କଟାଇ ନାଚଗୀତ କରି ସେମାନଙ୍କ ମୁଂହରେ ହସ ଫୁଟାଇଥିଲେ । ଏହା ପରେ ମୁଜାଗଡ଼ ପଂଚାୟତର ଉପାନ୍ତ ଢେପାଗୁଡା ଗ୍ରାମକୁ କାଠ ପୋଲ ଉପର ଦେଇ ଜଙ୍ଗଲିଆ ରାସ୍ତାରେ ଚାଲିଚାଲି ପଂହଁଚିଥିଲେ ।
ସେଠାରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇବା ସହ ତାଙ୍କ ସହିତ ମଧ୍ୟ ହସଖୁସିରେ ସମୟ କାଟିଥିଲେ ହେଲ୍ପ ଇଣ୍ଡିଆର ସଦସ୍ୟ ମାନେ । ଗ୍ରାମବାସୀ ମଧ୍ୟ ଯୁବକଙ୍କ କାର୍ଯ୍ୟକୁ ସାଧୁବାଦ ଜଣାଇବା ସହ ନିଜ ଗାଁ ସମସ୍ୟା ସମ୍ପର୍କରେ ବଖାଣିଥିଲେ । ଏସବୁ ଭିତରେ ସତେ ଯେପରିକି ସେମାନେ ଖୁବ ଆପଣାର ଭଳି ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here