ଅଗ୍ନିକାଣ୍ଡ ରେ ୪ ବଖରା ପୋଡି ପାଉଁଶ

0
225

ଭଞ୍ଜନଗର : ଭଞ୍ଜନଗର ବ୍ଳକ ବ୍ରାହ୍ମଣପଦର ପଂଚାୟତ ପେଙ୍ଗୁଝୋଳା ଗ୍ରାମରେ ରବିବାର ଭୋର ୪ ଟା ସମୟରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଗ୍ରାମର ରମେଶ ମଳିକ,ସାଇବ ମଳିକ, ଯମ ମଳିକ ଏବଂ କାଶୀ ମଳିକଙ୍କ ଘର୍ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଭଞ୍ଜନଗର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ସ୍ଥାନୀୟ ସରପଞ୍ଚ ବନମାଳୀ ଗୌଡ଼,ନାଏବ ସରପଞ୍ଚ କାଳୀଚରଣ ସ୍ବାଇଁ,ରାଜସ୍ୱ ନିରୀକ୍ଷକ ପହଁଚି କ୍ଷୟକ୍ଷତି ଆକଳନ କରିବା ସହ ସରକାରୀ ସହାୟତା ଯୋଗାଇଦେବାକୁ ଅଗ୍ନି ବିପନ୍ନ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ ସ୍ବେଚ୍ଛାସେବୀ ସଂଘଠନ ବିପଦର ବନ୍ଧୁ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇ ଦିଆଯାଇଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here