ରାମଗଡ ଠାରେ ‘ଆମ ପୋଲିସ ସମିତି’ ବୈଠକ ଅନୁଷ୍ଠିତ

0
233

ରମ୍ଭା: ଗଞ୍ଜାମ ଜିଲ୍ଲା ରମ୍ଭା ଅନ୍ତର୍ଗତ ରାମଗଡ ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରମ୍ଭା ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରମ୍ଭା ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜରେ ଚାଲିଥିବା ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ବିରୋଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ସହ ପ୍ରତ୍ୟେକ ପରିସ୍ଥିତିରେ ପୋଲିସର ସହାୟତା ନେବା ପାଇଁ ଲୋକଙ୍କୁ ସଚେତନତା କରାଯାଇଥିଲା । ଏହା ସହିତ ଗାଁରେ ଘଟୁଥିବା ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତିରେ ପୋଲିସର ସାହାଯ୍ୟ ନେବା ପାଇଁ ରମ୍ଭା ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆମ ପୋଲିସ ସମିତି ସଦସ୍ୟଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗଦେଇଥିଲେ ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ର ବ୍ୟୁରୋ

LEAVE A REPLY

Please enter your comment!
Please enter your name here