ବିନା ସୂଚନା ଫଳକରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ

0
691

କୋଦଳା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସରକାରୀ ଅର୍ଥରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ବିଭିନ୍ନ ରାଶି ଉପଯୋଗ କରିବା କ୍ଷେତ୍ରରେ ପ୍ରଥମେ ସୂଚନା ଫଳକ ବୋର୍ଡ ତିଆରି କରିବା ପାଇଁ ନିର୍ଦେଶ ରହିଛି। କିନ୍ତୁ ବେଗୁନିଆପଡା ବ୍ଲକ ଅଧୀନସ୍ଥ ମଠବ୍ରହ୍ମପୁର ଗ୍ରାମରେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ଶେଷ ହେବା ଦେଖିବାକୁ ମିଳିଛି। କିନ୍ତୁ ଏ ଯାଏଁ ଅର୍ଥାତ ନିର୍ମାଣ ଶେଷ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ କେଉଁଠି ବି ସୂଚନା ଫଳକ ନିର୍ମାଣ ହୋଇଥିବା ଦେଖିବାକୁ ମିଳିନି।
ପ୍ରକାଶ ଥାଉ କି ଯେ ଏହି ଗ୍ରାମର ଖଲାଦଣ୍ଡା ରାସ୍ତାର ମଝି ପାର୍ଶ୍ଵରୁ PWD ରାସ୍ତା ଯାଏଁ ବିଗତ ଦିନରେ ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା।କିନ୍ତୁ ମଝି ଭାଗରେ ବର୍ଷା ଦିନରେ ପାଣି ଜମା ହୋଇ ରହୁଥିବାରୁ ସେହି ରାସ୍ତାକୁ ବର୍ତ୍ତମାନ କଂକ୍ରିଟ ପକାଇ ରାସ୍ତା ନିର୍ମାଣ କରାଯାଇଛି। ସୂଚନା ଫଳକ ନଥିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସଠିକ ସୂଚନା ମିଳିପାରୁନାହିଁ। ତେବେ କେବଳ ମଠସରସିଙ୍ଗ ପଞ୍ଚାୟତ ନୁହେଁ, ବରଂ ପ୍ରତି ପଞ୍ଚାୟତରେ ଏଭଳି ଅବ୍ୟବସ୍ଥା ଚାଲିଥିବା ଅଭିଯୋଗ ହେଇଚି। କୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀ ଠିକାଦାରଙ୍କୁ ସୂଚନା ଫଲକ କରିବାକୁ ତାଗିଦ କରିଥାନ୍ତି,କିନ୍ତୁ ସଲାସୁତୁରାରେ ଏଭଳି ବେଆଇନ କାର୍ଯ୍ୟ ହେଉଥିବା ଅଭିଯୋଗ ହେଇଚି। ଏଣୁ ବେଗୁନିଆପଡା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here