ଆସିକା ଖମ୍ଵେଶ୍ବରୀ ପାଟଣା ଜୁଆ ଆଡ୍ଡାରେ ପୋଲିସର ଚଢାଉ , ୧୧ ଜୁଆଡି ଗିରଫ

0
297

ଆସିକା: ଆସିକା ଖମ୍ଵେଶ୍ବରୀ ପାଟଣା ସ୍ଥିତ ସରକାରୀ ନିରଞ୍ଜନ ମହିଳା ମହାଵିଦ୍ୟାଳୟ ନିକଟରେ ଥିବା ଏକ ଜୁଡାରେ ଆଜି ଅପରାହ୍ନ ସମୟରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ବିଶେଷ ସୂତ୍ରରୁ ଖବର ପାଇ ଆସିକା ପୋଲିସ ସଦଳବଳେ ସେଠାରେ ପହଞ୍ଚି ଅତର୍କିତ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ଆସିକା ପୋଲିସ ୧୧ଜଣ ଜୁଆଡିକୁ ଗିରଫ କରିଥିଲେ । ଘଟଣା ସ୍ଥଳରୁ ନଗଦ ୨ଲକ୍ଷ ୧୦ ହଜାର ୫ ଶହ ଟଙ୍କା ଜବତ ସାଙ୍ଗକୁ ୪ଟି ବାଇକ ଓ ୧୧ଟି ମୋବାଇଲ ଜବତ କରିଛି । ଏନେଇ ଆସିକା ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଵିଶ୍ବ ମହାମାରୀ କରୋନା ସମୟରେ ସମଗ୍ର ଦେଶ କବଳିତ ରହିଥିବା ବେଳେ ଅମାନିଆ ମାନେ କୋଭିଡ-୧୯ ଉଲଂଘନ କରି ସରକାର ଓ ପ୍ରଶାସନିକ କୁ ଖାତିରି କରୁନଥିବା ଜଣାପଡିଛି। ଆଗାମୀ ସମୟରେ ଏଭଳି ଭାବେ ଚଢାଉ ଜାରି କରି ଅମାନିଆ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି ।

ରିପୋର୍ଟ :ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here