ରାଇକିଆ ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ପାଳିତ

0
674

ରାଇକିଆ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ ଥିବା ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ପାଳିତ ହୋଇଯାଇଅଛି । ପ୍ରଥମେ ସଂଘ ତରଫରୁ ସମସ୍ତ ସଭ୍ୟ ଏକ ର୍ୟାଲିରେ ବାହାରି ସହର ପରିକ୍ରମା କରି ଦୃତ ଗତିରେ ଗାଡି ନ ଚଲେଇବା, ନିଶାଦ୍ରବ୍ୟ ସେବନ କରି ଗାଡି ନ ଚଲେଇବା, ଚାରି ଚକିଆ ଗାଡି ଚଳେଇବା ସମୟରେ ସର୍ବଦା ସିଟ ବ୍ଲେଟ ପିନ୍ଧିବା ସହ ଦୁଇ ଚକିଆ ଯାନ ଚଳେଇବା ବେଳେ ହେଲମେଟ ପିନ୍ଧିବା ଭଳି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ମୋଟର ଚାଳକ ସଂଘ ସଭାପତି ବାସୁଦେବ କହଁର , ଉପସଭାପତି ଅନନ୍ତ ମାଝୀ , ରାଇକିଆ ସଭାପତି ପ୍ରମୋଦ କୁମାର ପ୍ରଧାନ , ଗୋପାଳ ରାଓ , ଇନୋସିନସିଓ ପ୍ରଧନ, ଲଭଲି ନାୟକ, ଶଙ୍କର ବେହେରା ସହ ଅନ୍ୟ ସଭ୍ୟ ଯୋଗ ଦେଇ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here