ହାତ କାଟି ବୃଦ୍ଧାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

0
270

ଭଞ୍ଜନଗର : ବେଲଗୁଣ୍ଠା ଥାନା ଅଧୀନ ପଥରାପଲି ଗ୍ରାମରେ ଆଜି ସକାଳ ୧୦ ଟା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାମର ଗୋପାଳ ଦଳାଇ ଙ୍କ ସ୍ତ୍ରୀ ସୁଲୋଚନା ଦଳାଇଙ୍କ ହାତ କାଟି ଦୁର୍ବୃତ୍ତ ମାନେ ସେ ପିନ୍ଧିଥିବା ସୁନା ଅଳଙ୍କାର ଲୁଟ କରି ନେଇଛନ୍ତି। ସୂଚନା ପ୍ରକାରେ ୨ଜଣ ଦୁର୍ବୃତ୍ତ ଏକ ନୀଳ ରଙ୍ଗର ସ୍କୁଟିରେ ଆସି ଉକ୍ତ ଅଞ୍ଚଳରେ ଗତ ୪ ଦିନ ଧରି ବୁଲୁ ଥିଲେ। ଆଜି ଗୋପାଳ କୌଣସି କାମରେ ବେଲଗୁଣ୍ଠା ଆସିଥିବା ବେଳେ ଗ୍ରାମର ମୁଖ୍ୟ ରାସ୍ତା କଡରେ ରହୁଥିବା ଗୋପାଳ ଦଳାଇ ଙ୍କ ଘରେ ପଶିଥିଲେ। ଗୋପାଳ ଙ୍କ ସ୍ତ୍ରୀ ସୁଲୋଚନାଙ୍କୁ ଆକ୍ରମଣ କରିବା ସହ ବାମ ହାତ ଟିକୁ ସେ ପିନ୍ଧିଥିବା ଏକ ଅଢେଇ ତୁଳାର ସୁନା ହାର ଓ ଅନ୍ୟାନ୍ୟ ସୁନା ଗହଣା ଲୁଟି ନେଇଥିବା ସୁଲୋଚନା ଙ୍କ ସ୍ୱାମୀ ପ୍ରକାଶ କରିଛନ୍ତି। ଘର ଭିତରେ ସୁଲୋଚନା ଗୁରୁତର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ଓ ମେଡ଼ିକାଲରେ ପହଂଚି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସୁଲୋଚନାଙ୍କୁ ଡାକ୍ତର ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍କେସିଜି ସ୍ଥାନାନ୍ତର କରିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here