ଶ୍ରମ ମନ୍ତ୍ରୀଙ୍କ ୬ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା

0
248

ପୋଲସରା: ବିଜୁ ଜନତା ଦଳର ଦଳୀୟ ନିଷ୍ପତ୍ତିକୁ ଆଧାର କରି ପୋଲସରା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୋଲସରା ବିଧାୟକ ତଥା ଓଡ଼ିଶା ସରକାରଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ପୋଲସରା ବ୍ଲକର ୬ ଟି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୋଲସରା ବ୍ଲକର ବର୍ତ୍ତିନୀ ପଞ୍ଚାୟତରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ବିଜେଡି କର୍ମୀ ମାନେ ଏକ ବିରାଟ ପଟୁଆରରେ ପଞ୍ଚାୟତ ପରିକ୍ରମା କରିଥିଲେ । ସେହିପରି ପୋଲସରା ବ୍ଲକର ସୋଡ଼କ , ଢୁଙ୍କାପଡା , ବଡ଼ପଙ୍କଳବାଡି, ବୁଢେଇଶୁଣୀ ଓ ମଧୂପଲ୍ଲୀ ପଞ୍ଚାୟତରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ବାଦ୍ୟ ବଜାଇବା ଶ୍ରମମନ୍ତ୍ରୀ ଶ୍ରୀ ସାହୁଙ୍କୁ ଜନସାଧସରଣ ପାଛୋଟି ନେଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉପରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଲୋକଙ୍କୁ ଅବଗତ କରାଇଥିଲେ।ଏହି ଅବସରରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଙ୍କ ଦ୍ବାରା ବଡ଼ପଙ୍କଳବାଡି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରତ୍ୟେକ ପଞ୍ଚାୟତର ନେତା ଓ କର୍ମୀ ବୃନ୍ଦ ଉତ୍ତମ ଜଣ ସମ୍ପର୍କ ରଖି ବିଜୁ ଜନତା ଦଳକୁ ମଜଭୂତ କରିବା ପାଇଁ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ପରାମର୍ଶ ପ୍ରଦାନ କରିଥିଲେ। ଏହି ଜନସମ୍ପର୍କ ପଦଯାତ୍ରାରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ସଭାପତି ସୁଶାନ୍ତ କୁମାର ପୋଲାଇ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ଝୁନୁ ଦାସ, ଓ ବିକ୍ରମ କୁମାର ନାୟକ, ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ , ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ଯୁବ ବିଜେଡି ସଂପାଦକ ସୁକାନ୍ତ ଭୂୟାଁ , ଯୁବ ନେତା ରାଜେନ୍ଦ୍ର କୁମାର ପ୍ରଧାନ, ମହିଳା ସଭାନେତ୍ରୀ କବିତା ସାହୁ , ବିଜେଡି ମହିଳା ନଗର ସଭାପତି କନକ ରାଉତ , ରଞ୍ଜନ କୁମାର ସାହୁ, ବ୍ଲକ୍ ଯୁବ ବିଜେଡି ସଭାପତି ସିଲୁ ଦଳେଇ , ବ୍ଲକ ମହିଳା ସଭାନେତ୍ରୀ ସଂଯୁକ୍ତା ବାଡ଼ତ୍ୟା , ବ୍ଲକ୍ ଯୁବ ବିଜେଡି ସଭାପତି ସିଲୁ ଦଳେଇଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here