ଓଡିଶା ସିନିୟର ମହିଳା ହ୍ୟାଣ୍ଡବଲ୍ ଦଳରେ ଗଞ୍ଜାମ ଜିଲ୍ଲାର ୩ ପ୍ରତିଯୋଗୀ

0
239

ବ୍ରହ୍ମପୁର:ଚଳିତ ମାସ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ବାରାଣାସୀ ଠାରେ ହେବାକୁ ଥିବା ୪୧ତମ ଜାତୀୟ ମହିଳା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ଦଳ ଗସ୍ତ କରିଛି ।ତେବେ ଗଞ୍ଜାମ ଜିଲ୍ଲାର ବର୍ଷାରାଣୀ ବେହେରା, ବର୍ଷାରାଣୀ ସେଠି ଓ ପି.ଜ୍ୟୋତି ପାତ୍ର ଓଡ଼ିଶା ଦଳ ସହ ବାରଣାସୀ ଯାତ୍ରା କରିଛନ୍ତି ।ଏଥିପୂର୍ବରୁ ଯାଜପୁର ଜିଲ୍ଲାର ଛତିଆ ଠାରେ ଆୟୋଜିତ ହୋଇଥିବା ଆନ୍ତଜିଲ୍ଲା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଉନ୍ନତ ଖେଳ ପ୍ରଦର୍ଶନ କରି ରନର୍ସପ୍ ହୋଇଥିଲା ।ଏହି ତିନି ଜଣ ଖେଳାଳି ଭଲ ପ୍ରଦର୍ଶନ କରି ଚୟନ କର୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।ଫଳରେ ଏମାନେ ଆଜି ଓଡିଶା ଦଳରେ ଭାଗନେଇ ଉତ୍ତରପ୍ରଦେଶ ଯାତ୍ରା କରିଛନ୍ତି ।ଏହି ତିନିଜଣ ଖେଳାଳି ଏନ୍ ଆଇ ଏଆ କୋଚ୍ ପ୍ରଶାନ୍ତ ରଥଙ୍କ ଠାରୁ ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡରେ ଟ୍ରେନିଂ ନେଉଥିଲେ ।ଏହି ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି ବୋଲି ଜିଲ୍ଲା ହ୍ୟାଣ୍ଡବଲ୍ ସଙ୍ଘ ସଭାପତି ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ,କୋଷାଧ୍ୟକ୍ଷ ଡାକ୍ତର ସିଏଚ ମନୋଜ କୁମାର ପାତ୍ରଙ୍କ ସହ କର୍ମକର୍ତ୍ତା ଅଶୋକ କୁମାର ଶୁକ୍ଳା,ଶକ୍ତିଧର ରାଜଗୁରୁ, ଡ଼ଃ ସରୋଜ କୁମାର ସାମନ୍ତଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here