ବାଇକ ଧକ୍କାରେ ଯୁବକ ଆହତ

0
210

ଭଞ୍ଜନଗର : ଭଞ୍ଜନଗର-ଫୁଲବାଣୀ ରାସ୍ତାର ବୁଦୁଲି ନିକଟରେ ବାଇକ ଧକ୍କାରେ ଦୁର୍ଗାପ୍ରସାଦ ଗ୍ରାମର ଦୀପକ କୁମାର ସାହୁ (୨୫) ଆହତ ହୋଇଥିବା ଅଭିଯୋଗ ହୋଇଛି। ସେ ସକାଳ ସମୟରେ ଭଞ୍ଜନଗରରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ବୁଦୁଲି ଠାରେ ଅନ୍ୟ ଜଣେ ବାଇକ ଚାଳକ ପଛପଟୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସେ ଆହତ ହୋଇଥିଲେ। ତାର ବାମ ଗୋଡ଼ରେ ଆଘାତ ଲାଗିଛି। ଅପରପକ୍ଷରେ ଧକ୍କା ଦେଇଥିବା ବାଇକ ଚାଳକ ଜଣଙ୍କ ସାମାନ୍ୟ ଆହତ ହୋଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ନେଇ ଦୀପକ ଭଞ୍ଜନଗର ଥାନାରେ ଅଭିଯୋଗ କରିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here