ମା ଚାମୁଣ୍ତା ପ୍ରେସ୍ ଦୋକାନ ମାଲିକଙ୍କ ସନ୍ଦେହ ଜନକ ମୃତ୍ୟୁ

0
554

ରମ୍ଭା(ପ୍ରଦୀପ୍ତ କୁମାର ସାହୁ)ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ରମ୍ଭା ସହରରେ ଥିବା ଚାମୁଣ୍ଡା ପ୍ରିଣ୍ଟିଙ୍ଗ୍ ପ୍ରେସ୍ ଗୃହ ମଧ୍ୟରେ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଶରୀର କୁ ଉଦ୍ଧାର କରିଛି ରମ୍ଭା ପୋଲିସ୍ । ପ୍ରାପ୍ତ ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣକ ହେଲେ ବିଜୟ କୁମାର ନନ୍ଦ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭିମପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି । ସେ ଦୀର୍ଘ ବର୍ଷ ହେଲା ରମ୍ଭା ସହରରେ ମା ଚାମୁଣ୍ତା ନାମକ ଏକ ପ୍ରିଣ୍ଟିଙ୍ଗ୍ ପ୍ରେସ୍ ଦୋକାନ ଖୋଲି ନିଜର ବ୍ୟବସାୟ କରି ଆସୁଥିଲେ । କିନ୍ତୁ ଆଜି ଦୋକାନ ଗୃହ ଛାତରେ ଥିବା ଏକ ହୁକ୍ ରେ ବିଜୟଙ୍କ ବେକରେ ଗାମୁଛା ବନ୍ଧାଥିବା ଝୁଲନ୍ତା ଅବସ୍ଥାରେ ପୋଲିସ ଶବକୁ ଜବତ କରିଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ରମ୍ଭା ପୋଲିସ ଶବକୁ ଜବତ କରି ଏକ ଅପ ମୃତ୍ୟୁ ମାମଲା ରୁଜୁ କରିବା ସହ କେସ ନମ୍ବର ୧୨/୨୦୨୦ ଅନୁଯାୟୀ  ଶବ ବ୍ୟବଛେଦ ପାଇଁ ପଠାଇଥିବା ରମ୍ଭା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here