ଦକ୍ଷିଣ ଘୁମୁସର ବନଖଣ୍ଡ :ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ – ୨ ର ବାର୍ଷିକ ସମୀକ୍ଷା ବୈଠକ

0
422

ଭଞ୍ଜନଗର (ନିଲୁ ବିଷୋୟୀ) ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ ତୃତୀୟ ବାର୍ଷିକ ସମୀକ୍ଷା ବୈଠକ ଭଞ୍ଜନଗର ସ୍ଥିତ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇ ସମୀକ୍ଷା ବୈଠକକୁ ଉଦଘାଟନ କରିଥିଲେ ।ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା କାଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସଂମାନିତ ଅତିଥି ଭାବେ ବ୍ରହ୍ମପୁର ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ ମିଶ୍ର ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ, ସହକାରୀ ବନ ସଂରକ୍ଷକ ଶଙ୍କରର୍ଷଣ ବେହେରା ଓ ପ୍ରଭାକର ନାୟକ ,ଖତ୍ରିୟ ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। କାଯ୍ୟକ୍ରମରେ ପ୍ରକଳ୍ପର ୨୦୨୦-୨୧ ବର୍ଷର ବିଭିନ୍ନ ଉପଲବ୍ଧି ସମ୍ପର୍କରେ ଆଲୋଚନା କରାଯିବା ସହ ସମୀକ୍ଷା କରାଯାଇ ତଥ୍ୟ ପ୍ରଦାନ କରାଯାଇଥିଲା। ଉଜୁଡା ଜଙ୍ଗଲକୁ ସାଜାଡ଼ିବା ସହ ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ଙ୍କ ଜୀବନଜୀବିକା ର କିପରି ଉନ୍ନତି ହୋଇପାରିବ ସେ ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ। ଏହି ଅବସରରେ ବନ ସୁରକ୍ଷା ସମିତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବିଭିନ୍ନ କୃଷିବନଜାତ ଦ୍ରବ୍ୟ ଆଣି ବିକ୍ରୟ କରିଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ଲିପିକାର ନିର୍ଦେଶୀକା ରଂଜିତା ଦାସ,ବନ ବିଭାଗର ସମସ୍ତ କର୍ମଚାରୀ, ବନପାଳ,ବନରକ୍ଷୀ, ବୁଗୁଡା, ସୋରଡା, ବଡଗଡ଼ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଓ ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟ ସଭ୍ୟା ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ

LEAVE A REPLY

Please enter your comment!
Please enter your name here