ବାଘଲଟି ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

0
276

କୁକୁଡାଖଣ୍ଡି:ଅକ୍ଟୋର ୨ ତାରିଖ ଠାରୁ ବିଜେଡି ଦଳର ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଦଳର ନେତା ଓ କର୍ମୀ ମାନଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ଜନ ସମ୍ପର୍କ ପଦଯାତ୍ରା ଚାଲୁରହିଛି ।ଏହି ପଦ ଯାତ୍ରାର ମୂଳ ଉଧେଷ୍ୟ ହେଲା, ଲୋକଙ୍କ ସହିତ ସୁ-ସମ୍ପର୍କ ସ୍ଥାପନ କରିବା ଏବଂ ସାଧାରଣ ଜନତାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରି ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା । କୁକୁଡାଖଣ୍ଡି ବ୍ଲକ ବିଜେଡି ପକ୍ଷରୁ ବ୍ଲକର ବାଘଲଟି ପଞ୍ଚାୟତରେ ଶନିବାର ଦିନ ବ୍ଲକ ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦ ଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପରିକ୍ରମା କରିଥିଲେ । ପରିଶେଷରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ସରକାରଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ ।ଏହି ପଦ ଯାତ୍ରାରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଉପାଧ୍ୟକ୍ଷା ଵିଷ୍ଣୁପ୍ରିୟା ପାତ୍ର,ବିଧାୟକ ପ୍ରତିନିଧି ଉଦୟ ବେହେରା,ସାଧାରଣ ସମ୍ପାଦକ ସନାତନ ସଂଗ୍ରାମ ସିଂ,ଉପସଭାପତି କୈଳାଶ ବିଷୋୟୀ,ସ୍ଥାନୀୟ ସରପଞ୍ଚ ମାମି ସାସମଲ ,ରୋହିଗାଁ ସରପଞ୍ଚ ବଶିଷ୍ଠ ଜେନା,ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି,ବ୍ଲକ ଯୁବକ ସଂଘ ସଭାପତି ସଞ୍ଜୟ କୁମାର ସାହୁ, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ନମିତା ପାତ୍ର,ଲାଠି ସରପଞ୍ଚ ରାଧା ମୋହନ ସେଠି,ଜଗଦଳପୁର ସରପଞ୍ଚ କ୍ରାନ୍ତୀ କୁମାରୀ ଦେବୀ,କଙ୍କିଆ ସରପଞ୍ଚ ଶେଖର ନାୟକ,ସରପଞ୍ଚ ପ୍ରତିନିଧି ସୁକାନ୍ତ ସାସମଲ,ଗୌରୀ ଶଙ୍କର ପାତ୍ର,ସଦାନନ୍ଦ ଗୌଡ଼ଙ୍କ ସମେତ ଶତାଧିକ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here