ଏନଏସି ର କରୋନା ମୂକାବଲା ଯୁଦ୍ଧକୁ ବିଧାୟିକା ଓ ପ୍ରଶାସନର ପ୍ରଶଂସା

0
513

କୋଦଳା(ନ୍ୟୁଜ ଏକ୍ସ ଟ୍ରା ବ୍ୟୁରୋ):କରୋନା ମୂକାବଲା ରେ କୋଦଳା ଏନଏସି ର ଲଢେଇ କାର୍ଯ୍ୟ କୁ ମାନନୀୟ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଖୁଷିବ୍ୟକ୍ତ କରିଛନ୍ତି ।ସେ ଏନଏସି ର ସମସ୍ତ କାର୍ଯ୍ୟକୁ ପ୍ରତ୍ଯକ୍ଷ୍ଯ ଭାବେ ତଦାରଖ କରି ଅଚାନକ ପରିଦର୍ଶନ କରିଛନ୍ତି ଓ ଗରିବ ଅସହାୟ ନିରାଶ୍ରୟ ଲୋକଙ୍କ ପାଈଁ ଦଳମତ ନିର୍ବିଶେଷ ରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ବର୍ତ୍ତମାନ ସମସ୍ତ କାର୍ଯ୍ୟ ପରିଷଦ ଠିକ ରେ ପାଳନ କରୁଥିବା ରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି । କୋଦଳା ବିଶ୍ୱ ମହାମାରୀ କିଲ୍ଲର କରୋନା କୁ ନେଇ ସାରା ବିଶ୍ୱ ଥରହର ।ଆମ ଦେଶ ଭାରତ ସମେତ ସାରା ଓଡ଼ିଶା ରେ ଏହାର ମୂକାବଲା ପାଇଁ ସରକାର ତତ୍ପର ।ସବୁଠାରୁ ଆଗରେ ଗଞ୍ଜାମ ଜିଲ୍ଲାପ୍ରଶାସନ ।ଜିଲ୍ଳା ପ୍ରଶାସନ ନିର୍ଦ୍ଦେଶ ଅନୁଯାଇ ସମସ୍ତ ଏନଏସି ସମେତ ପଞ୍ଚାୟତ ମାନଙ୍କରେ କରୋନା ସହିତ ଲଢେଇ ଯାରୀ ରହିଛି ।ଏହାକୁ ନେଇ କୋଦଳା ଏନଏସି ପୂରା ସଜାଗ ।ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପ୍ରତ୍ୟକ ସମୟ ରେ ଜାଗ୍ରତ ପ୍ରହରୀ ଭଳି ।କରୋନା କୁ ସହର ମଧ୍ୟ କୁ ପ୍ରବେଶ ନ କରାଇ ଦେବାକୁ ଶପଥ ନେଇଛନ୍ତି ସମସ୍ତ କର୍ମଚାରୀ ।ସହର ମଧ୍ୟ ରେ ଥିବା ସମସ୍ତ ନାଳ ର ସଫେଇ ସହିତ ପୁନରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ।ଚାରିଆଡେ ବ୍ଲିଚିଙ୍ଗ ଓ ଦମକଳ ସହାୟତା ରେ ବିଶୋଧନ ପାଣି ସିଞ୍ଚନ ।ତହସିଲ ଓ ଥାନା ସହଯୋଗ ରେ ସମସ୍ତ ଦୋକାନ ବଜାର ବନ୍ଦ ।ଘର ଘର ବୁଲି ନିରାଶ୍ରୟ ଓ ଅସହାୟ ଭିକ୍ଷ୍ଯୁ ଙ୍କୁ ମହିଳା ସହାୟକ ସଙ୍ଘ ଦ୍ଵାରା ଦୁଇଓଳା ରନ୍ଧାଖାଦ୍ୟ ପ୍ରଦାନ । ସମସ୍ତ ରାସ୍ତା ପୋଖରୀ ଓ ହଜ ଚତୂର୍ପାର୍ଶ୍ଵ ରୁ ଅଳିଆ ଆବର୍ଜନା ସଫା ।ସରକାରଙ୍କ ନିୟମ ଅନୁଯାଇ ସମସ୍ତ ହିତାଧିକାରୀ ଠିକ ରେ ଚାଉଳ ପାଉଛନ୍ତି କି ନାହିଁ ତାର ତଦାରଖ ସାଙ୍ଗକୁ ଘର ଘର ବୁଲି ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ , ରାସନ କାର୍ଡ ଧାରିଙ୍କୁ 1000/-,ଲେବର କାର୍ଡ ଧାରିଙ୍କୁ 1500/-,ଉଠା ଦୋକାନୀଙ୍କୁ 3000/-ଲେଖାଏଁ ପ୍ରଦାନ କରିଛନ୍ତି ।ଅଙ୍ଗନବାଡି କର୍ମୀ ଙ୍କ ସହାୟତା ରେ ପ୍ରତ୍ୟକ ଦିନ ବାହାରୁ କିଏ ଆସିଲା କିଏ ଗଲା ତାର ଟିକନିଖି ତଥ୍ୟ ହାସଲ ,ପ୍ରତ୍ୟକ ଦିନ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରତ୍ୟକ ସାହି ରେ କରୋନା ସଚେତନ ତା ବାର୍ତ୍ତା।ପଷୁପକ୍ଷି ଙ୍କୁ ରନ୍ଧାଖାଦ୍ୟ ପ୍ରଦାନ ।କଲ୍ୟାଣ ମଣ୍ଡପ ରେ କରେଣ୍ଟାଇନ ସୁବିଧା ।ସେଠାରେ ପାଣି ଆଲୋକ ଓ ଉଚଶକ୍ତିସମ୍ପନ୍ନ ଜେନେରେଟର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବାହାରୁ କେହି ଆସିଥିବା ଶୁଣିବା ମାତ୍ରେ ଭ୍ରାମ୍ୟମାଣ ଗାଡିଡ୍ଵାର ସେଠାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ।ବେପାରୀଙ୍କୁ କରୋନା ସଚେତନ କରିବା ସହିତ ତାଗିଦ ଓ ଫାଇନ ଆଦାୟ ।ମାସ୍କ ବଣ୍ଟନ ଓ ଲକଡାଉନ ପରେ ବାହାର ରାଜ୍ୟ ତଥା ଦେଶ ବାହାରୁ ଆସିବାକୁଥିବା ଲୋକଙ୍କ ପାଈଁ କୋଦଳା ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ , କଲ୍ୟାଣ ମଣ୍ଡପ ଓ ସ୍ଵର୍ଣ୍ଣମୟୀ ହାଇସ୍କୂଲ ରେ କରୋନା ବିଷୋଧାନ ଗ୍ରୁହ ପ୍ରସ୍ତୁତ କରି ରଖାଯାଇଥିବା ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।ସବୁଠାରୁ ଲୋକଙ୍କ ପାଈଁ ଅଧିକ ସେବାରେ ସ୍ଵଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି ଙ୍କ ସଫେଇ ଟିମ । ପ୍ରତ୍ୟକ ସମୟ ରେ ଗଳିକନ୍ଦି ରେ ହାଜର । ସଫେଇ ସାଙ୍ଗ କୁ ସଚେତନ ବାର୍ତ୍ତା ।ପ୍ରତ୍ୟକ ବିଜୁଳି ଖୁଣ୍ଟି ରେ ଆଲୋକ ବ୍ୟବସ୍ଥା , ଏନଏସି ନିର୍ବାହୀ ଅଧିକାରୀଙ୍କ ଏହି ପଦକ୍ଷ୍ଯପ କୁ ଅଚାନକ କୋଦଳା ପରିଦର୍ଶନ ରେ ଆସିଥିବା, ପ୍ରକଳ୍ପ ନିର୍ଦ୍ଦେଶକ , ବିଡିଏ ସଚିବ ସନ୍ତୋଷ ବ୍ୟକ୍ତ କରିଛନ୍ତି ।ନିର୍ବାହୀ ଅଧିକାରୀଙ୍କ ସମେତ କନୀଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ,ବରିଷ୍ଠ କିରାଣି ଉଦୟ ନାଥ ସାହୁ ,ହରିଶ ଚନ୍ଦ୍ର ରାଉଳ ,ସ୍ୱପ୍ନ କୁମାର ସାହୁ ,ସିଓ ଲକ୍ଷ୍ମୀ ପାତ୍ର ,ଧିରଜ କୁମାର ପାତ୍ର ,ଦ୍ଵାରୀକା ନାଥ ପାଢ଼ୀ , ନିବେଦିତା ରଥ ପ୍ରମୁଖ ରାତିଦିନ ଏକ କରି ଯୋଦ୍ଧା ଭଳି ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି ।ଜିଲ୍ଳା ପ୍ରଶାସନ ର ନିୟମ ଅନୁଯାଇ ଲକଡାଉନ ସମୟ ରେ କୌଣଷି ଉନ୍ନୟନ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଥିବାରୁ ସେଗୁଡିକ ବନ୍ଦ ଥିଲା ବର୍ତ୍ତମାନ ପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ ସମସ୍ତ କାର୍ଯ୍ୟ ତ୍ୱରାନିତ କରିବା ପାଈଁ ଠିକାଦାର ଙ୍କୁ କୁହାଯାଇଛି , ଉନ୍ନୟନ କାର୍ଯ୍ୟ ଚାଲୁରହିଛି ଏବଂ ଆଗକୁ ବହୁ ଜନକଲ୍ୟାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here